ଲଗାତାର ତୃତୀୟଥର ପାଇଁ ରାକେଶ ହେଲେ ଗଞ୍ଜାମ ଏନଏସି ଛାତ୍ର ବିଜେଡି ସଭାପତି
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସିର ଛାତ୍ର ବିଜୁ ଜନତାଦଳ ସଭାପତି ଭାବେ ଲଗାତାର ତୃତୀୟଥର ପାଇଁ ହେଲେ ରାକେଶ ରଞ୍ଜନ ଦାଶ (ସିଲୁ)। ଏନେଇ ଛାତ୍ରମାନଙ୍କ ମଧ୍ୟରେ ଖୁସି ଓ ଉତ୍ସହ ଦେଖାଦେଇଛି। ଛାତ୍ରଜୀବନରୁ ନିଜର ରାଜନୈତିକ କ୍ୟାରିୟାର ଆରମ୍ବ କରିଥିବା ରାକେଶ ପରବର୍ତ୍ତୀ ସମୟରେ ବିଜୁଯୁବ ବାହିନୀ ର ଦାଇତ୍ୱ ମଧ୍ୟ ତୁଲାଇଥିଲେ। ବିଭିନ୍ନ ସମୟରେ ଦଳର ସକ୍ରିୟ କାର୍ଯ୍ୟକାର୍ତ୍ତ ରୂପେ ନିଜର ପାରଦର୍ଶିତା ଦେଖାଇଆସିଛନ୍ତି। ଏହା ସହ ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଛନ୍ତି। ଏନଏସି ଛାତ୍ର ବିଜେଡି ସଭାପତି ହେବା ପରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ କୃତଜ୍ଞ ଜଣାଇଛନ୍ତି। ଆଗାମୀ ଦିନରେ ଛାତ୍ର ସଙ୍ଘଠନକୁ ସଦୃଢ଼ କରିବା ସହ ତାଙ୍କର ହକପାଇଁ କାର୍ଯ୍ୟକରିବେ ବୋଲି କହିଛନ୍ତି। ତାଙ୍କର ଏହି ନୂତନ ଦାଇତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।