ପୋଲସରା ଓ ବୁଗୁଡା ବ୍ଲକରେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ଯାଞ୍ଚ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଏ.ଏସ.ଆଇ. ଦିବାକର ରଥ ସୋମବାର ଦିନ ପୋଲସରା ଓ ବୁଗୁଡ଼ା କୁ ଆସି ପଞ୍ଚାୟତ ସମିତି ସହିତ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା କେତେକ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ କେତେକ ନିର୍ମାଣ କାର୍ଯ୍ୟ ସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଗଞ୍ଜାମ ଜିଲ୍ଲା ଅଧିକ୍ଷକ ଗଣେଶ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ରଥ ଏହି ଯାଞ୍ଚ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଯାଞ୍ଚ ସମୟରେ କେତେକ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଲକ୍ଷ କରିଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି। ତେବେ ବିଧିବଦ୍ଧ ଭାବେ ତଦନ୍ତ କଲେ ପ୍ରକୃତ ସ୍ଥିତି ଜଣାପଡ଼ିବ ବୋଲି ଶ୍ରୀ ରଥ କହିଛନ୍ତି। ଏହା ସହିତ ଅଞ୍ଚଳର କିଛି ସାମ୍ବାଦିକ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।


