ବିଜେପିରେ ମିଶିବେ ଅସନ୍ତୁଷ୍ଟ କଂଗ୍ରେସ ନେତ୍ରୀ

ଭୁବନେଶ୍ବର : ରାଜ୍ୟ କଂଗ୍ରେସରେ ବେଳକୁ ବେଳ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କଂଗ୍ରେସ ନେତୃତ୍ବ ବିରୋଧରେ ଯାଇଥିବା ରାଜ୍ୟର କେତେକ ମହିଳା ନେତ୍ରୀ ଅସଲରେ ବିଜେପିରେ ମିଶିବାକୁ ଯୋଜନା ଚଲାଇଛନ୍ତି। ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ସେମାନଙ୍କର ପ୍ରାରମ୍ଭିକ ଯୋଗାଯୋଗ ଶେଷ ହୋଇଛି। ସୂଚନା ଅନୁସାରେ, ରାଜ୍ୟ କଂଗ୍ରେସର ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ନେତୃତ୍ବରେ ୭ରୁ ଅଧିକ ମହିଳା କଂଗ୍ରେସ ନେତ୍ରୀ ଗତ ଏକ ସପ୍ତାହ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି। ହେଲେ ଦିଲ୍ଲୀରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ କିନ୍ତୁ ବିଜେପି ନେତୃତ୍ବ ସହ ସଂପର୍କରେ ଥିବା ସୂଚନା ମିଳିଛି। ଅସନ୍ତୁଷ୍ଟ କଂଗ୍ରେସ ନେତ୍ରୀଙ୍କୁ ଦଳରେ ମିଶାଇବା ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ମଧ୍ୟସ୍ଥି ସାଜିଛନ୍ତି। ଅସନ୍ତୁଷ୍ଟ ଏହି ନେତ୍ରୀଙ୍କୁ ସାଂସଦଙ୍କ ଘରେ ଓ ସଂସଦରେ ତାଙ୍କ ସହ ଦେଖିବାକୁ ମିଳୁଥିବା କଂଗ୍ରେସ ଶିବରରେ ଚର୍ଚ୍ଚା ହେଲାଣି। ତେବେ ବିଜେପି ଏହି ନେତ୍ରୀମାନଙ୍କୁ ଦଳରେ ସାମିଲ କରିବା ନେଇ ଏଯାଏ କୌଣସି ନିଷ୍ପତ୍ତି ନେଇନାହିଁ। କଂଗ୍ରେସ ଦଳ ଛାଡିବା ପରେ ତୁରନ୍ତ ବିଜେପି ସଂଗଠନରେ ସେମାନଙ୍କୁ ଯେମିତି ନିଆଯାଏ, ସେ ନେଇ ସର୍ତ ରଖାଯାଇଛି। କିନ୍ତୁ ବିଜେପି ଏହି ସର୍ତରେ ରାଜି ନାହିଁ। ପ୍ରଥମେ ଦଳରେ ମିଶିବା ପରେ ଥଇଥାନ କରାଯିବ କି ନାହିଁ, ତାହା ପରବର୍ତୀ ସମୟରେ ବିଚାର କରାଯିବ ବୋଲି ବିଜେପି କହିଛି। ଫଳରେ ମିଶ୍ରଣ ପ୍ରକ୍ରିୟା ବିଳମ୍ବିତ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ