ସିବିଏସ୍‌ଇ ପାଠ୍ୟପୁସ୍ତକରେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ତଥା ଲଳିତ କଳା ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସଫଳ କାହାଣୀ ସିବିଏସ୍‌ଇ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ଇଂରାଜୀ ପୁସ୍ତକରେ ସ୍ଥାନ ପାଇଛି। ‘ଦି ଗ୍ରେଟ୍ ସ୍ୟାଣ୍ଡ୍ ଆର୍ଟିଷ୍ଟ’ ଶୀର୍ଷକ ଅଧ୍ୟାୟରେ ସୁଦର୍ଶନଙ୍କ ସଂପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି। ଏହି ଅଧ୍ୟାୟରେ ସୁଦର୍ଶନଙ୍କ ଜୀବନୀ, ବାଲୁକା କଳା ଓ ତାଙ୍କ ସଂଘର୍ଷ ଓ ସଫଳ ଯାତ୍ରାର କାହାଣୀ ସ୍ଥାନ ପାଇଛି। ଜଣେ ଓଡ଼ିଆ ଭାବେ ସୁଦର୍ଶନଙ୍କୁ ବିରଳ ସଫଳତା ମିଳିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ କରାଯାଇଛି। କିଛି ହାତ ଗଣତି ଓଡ଼ିଆଙ୍କ ମଧ୍ୟରୁ ସୁଦର୍ଶନ ଏହି ସଫଳତାର ଅଧିକାରୀ ହୋଇପାରି ଥିବାରୁ ଏହା ରାଜ୍ୟ ଓ ପୁରୀ ପାଇଁ ଗୌରବ ଆଣିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ