ବାପା ମା ଛେଉଣ୍ଡ କ୍ରିକେଟ ଖେଳାଳୀକୁ ଆର.ସି.ଭି.ଏ ପକ୍ଷରୁ ସହାୟତା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ଝଣଝଣା ଗ୍ରାମର ଝିଲି ବିରୁଆ ଦୃଷ୍ଟି ବାଧିତ ମହିଳା କ୍ରିକେଟିୟର ଭାବେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଚୟନ ହୋଇଛନ୍ତି । ବାପା ମା ଛେଉଣ୍ଡ ଝିଲି ବିରୁଆ ଜଣେ ଆର୍ଥିକ ଅନଗ୍ରସର ପରିବାରର ଝିଅ ହୋଇ ମଧ୍ୟ ଜଣେ ସଫଳ ଖୋଳୀ ଭାବେ ନିଜକୁ ପ୍ରତିପାଦିତ କରିପାରି ଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ରିଜିଓନାଲ ଭେଟରାନ କ୍ରିକେଟ ଆସୋସିଏସନ ତରଫରୁ ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ଦାସ, ଉପସଭାପତି ହେମନ୍ତ କୁମାର ସାମଲ, ପ୍ରଦୁ୍ୟମ୍ନ ରାଉତ, ରମେଶ ସାମଲ, ଝିଲିଙ୍କ ପାଖରେ ପହଞ୍ଚି ତାଙ୍କୁ ଖେଳ ପୋଷାକ, କ୍ରିକେଟ ବ୍ୟାଟ, ଜୋତା, କ୍ୟାପ, ବ୍ୟାଗ ସହିତ ଆର୍ଥôକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଖେଳ ସମ୍ବନ୍ଧୀୟ ଆବଶ୍ୟକୀୟ ସମସ୍ତ ପ୍ରଦାନ କରିବାଲାଗି ଘୋଷଣା ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ