ବେଲଗୁଣ୍ଠାରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାରମ୍ଭ ତାଲିମ୍ ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜିଠାରୁ ବେଲଗୁଣ୍ଠା ବ୍ଳକ୍ ର ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାରମ୍ଭ ତାଲିମ୍ ଶିବିର ଆରମ୍ଭ ହୋଇଯାଇଛି I ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋବରା ଠାରେ ଅନୁଷ୍ଠିତ ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷକ ଭାବେ ଛାୟାକାନ୍ତ ମହାପାତ୍ର, ନିକୁଞ୍ଜ ନାୟକ, ନୀଳକଣ୍ଠ ନନ୍ଦ, ସୁଧୀର ଦାସ,କାଳୁ ଚରଣ ଗୌଡ଼ ଯୋଗଦେଇ ଜାତୀୟ ଶିକ୍ଷାନୀତି-୨୦୨୦ ସହିତ ପ୍ରାଥମିକ ସ୍ତରରେ ବିଦ୍ୟା ପ୍ରବେଶ ଏବଂ ମୌଳିକ ଭାଷା ଜ୍ଞାନ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଏହି ତାଲିମ୍ ଶିବିରକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ପରିଦର୍ଶନ କରି ତାଲିମ୍ କାର୍ଯ୍ୟକ୍ରମର ସଫଳତା ଏବଂ ବିଦ୍ୟାଳୟ ସ୍ତରରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଛନ୍ତି I ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦେଶୀ ବାଡତ୍ୟା,କାର୍ତ୍ତିକେୟ ସେଠୀ, ମଧୁସୂଦନ ସେଠୀ ପ୍ରମୁଖ ତାଲିମ୍ ଶିବିରକୁ ପରିଚାଳନା କରୁ୍ଛନ୍ତି I ସେହିପରି ଏବିଇଓ ଭାଗ୍ୟଲତା ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ଘୁମୁସର ବୈଷୟିକ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷକ ଭାବେ କେଦାରନାଥ ନାୟକ, ରେଣୁପ୍ରଭା ଦାସ, ପବିତ୍ର ମୋହନ ଶତପଥି, ଶଙ୍କର ନାରାୟଣ ସେଠୀ,ପ୍ରଶାନ୍ତ କୁମାର ପଟ୍ଟନାୟକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରୁ୍ଥିବା ବେଳେ ସିଆରସିସି ସନ୍ତୋଷ ନାୟକ,ରମେଶ ପାଣିଗ୍ରାହୀ ଶିବିରକୁ ପରିଚାଳନା କରିଥିଲେ I


