ଗୋକର୍ଣ୍ଣପୁର ରେ ବିଜେଡ଼ି ପକ୍ଷରୁ ବିଶାଳ ମହିଳା ସମାବେଶ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ରେ ଶୁକ୍ରବାର ବିଜେଡ଼ି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ ମହିଳା ସମାବେଶ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ୧୦ ହଜାର ରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିଲେ। ଗୋକର୍ଣ୍ଣପୁର ଗ୍ରାମର ଦିବ୍ୟ ଜୀବନ ସଂଘ ଆଶ୍ରମ ନିକଟରୁ ଦଳ ର ଉତ୍ସାହି କର୍ମୀ ମାନେ ବାଜା ବାଣ ଫୁଟାଇ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ସମାବେଶ ସ୍ଥଳରେ ପହଞ୍ଚି ଥିଲେ। ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ସମାବେଶ ରେ ଗଡ଼ଗୋବିନ୍ଦ ପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ ସଭାପତିତ୍ବ କରିଥିଲେ।ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ନବୀନ ସରକାରଙ୍କ ବିକଳ୍ପ ନାହିଁ।ଦୀର୍ଘଦିନ ଧରି ଓଡ଼ିଶା ବାସୀ ନବୀନ ସରକାରଙ୍କ ସ୍ୱଚ୍ଛ ଶାସନକୁ ଅଙ୍ଗେ ନିଭାଇଛନ୍ତି।ଲୋକଙ୍କ ହୃଦୟରେ ସେ ଯେଉଁ ସ୍ଥାନ ଦଖଲ କରିଛନ୍ତି ତାଙ୍କ ବ୍ୟତୀତ ଆଉ କେହି ସେ ସ୍ଥାନ ଗ୍ରହଣ କରିପାରିବ ନାହିଁ।ଓଡ଼ିଶା ବିଜେଡ଼ି ରେ ତାଙ୍କ ନେତୃତ୍ୱ ବା ତାଙ୍କ ସରକାର କୁ ସେ ଦୃଢ଼ ସମର୍ଥନ କରିବା ସହ ଦଳର ଜଣେ ନିଷ୍ଠାବାନ ଓ ଶୃଙ୍ଖଳିତ କର୍ମୀ ହିସାବରେ କାମ କରିବି। ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ କିଛି ବ୍ୟକ୍ତି ମାନଙ୍କ ଅପପ୍ରଚାର କୁ ଖାତିର ନକରି ଦଳ ର ସୁପ୍ରିମୋ ଙ୍କ ନିର୍ଦ୍ଦେଶ କ୍ରମେ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ କରିବାକୁ ସେ ଉପସ୍ଥିତ ନେତୃମଣ୍ଡଳୀ ଓ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନା ଏକ ଐତିହାସିକ ଯୋଜନା ଏହି ଯୋଜନାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି।ଦଳ ପକ୍ଷରୁ ମୋର ସମସ୍ତ ସମୟ ବିନିଯୋଗ କରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କୁ ରାଜ୍ୟର ଏକ ନମ୍ବର ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବି ବୋଲି କହିଥିଲେ। ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ସ୍ୱାଇଁ,ପ୍ରାଥମିକ ସେବା ସମବାୟ ସମିତି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ,ଶମ୍ଭୁ ପଣ୍ଡା,ସରପଞ୍ଚ ତପନ କୁମାର ପ୍ରଧାନ,ପୂର୍ବତନ ସରପଞ୍ଚ ଭଗବାନ ବାଡ଼ତ୍ୟା,ଉସନ୍ତ ସାହୁ,ନିରାକାର ପ୍ରଧାନ, ଚୈତନ୍ୟ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ମିନତି ଦେବୀ, କେ.ଶିବାନୀ ରେଡ୍ଡୀ,ଲକ୍ଷ୍ମୀ ବେହେରା, କୋରୀ ସେଠୀ,ବାସନ୍ତୀ ଦୋରା,ମନୋଜ ସାହୁ, ଦେବହରି ଗୌଡ଼, ରାଜେନ୍ଦ୍ର ଦୋରା,ମହେଶ ପ୍ରଧାନ, ବିଦେଶୀ ଗୌଡ଼,କିଶୋର ଚନ୍ଦ୍ର ସର୍ଦ୍ଦାର,ରାଜ କିଶୋର ମହାନ୍ତି,ବିକ୍ରମ ସିଂ,ଦିଲ୍ଲୀପ ପ୍ରଧାନ,ସନ୍ତୋଷ ପ୍ରଧାନ, ସନିଆ ପ୍ରଧାନ, କୁକୁଡ଼ା ଖଣ୍ଡି ବ୍ଲକ ର ବିଜେଡ଼ି ଜିଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ଚୌଧୁରୀ,ସନାତନ ସଂଗ୍ରାମ ସିଂ,ସୁଧୀର କୁମାର ପାତ୍ର,ବାଘ ଲଟି ପଞ୍ଚାୟତ ସମିତି ସଭ୍ୟ ସାରଥୀ ପ୍ରସାଦ ଗୌଡ଼, ମହୁଡା ପଞ୍ଚାୟତ ସମିତି ସଭ୍ୟ ଯତୀନ୍ଦ୍ର ପାତ୍ର,ରଜତ କୁମାର ପାତ୍ର,ପୂର୍ଣ୍ଣ ଚନ୍ଦ୍ର ନାୟକ,ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ସମାବେଶ ଓ ସାଙ୍ଗଠନିକ ସଭା ନାଁ ରେ ଶୁକ୍ରବାର ବିପିନ ତାଙ୍କ ଶକ୍ତି ପ୍ରଦର୍ଶନ କରିଥିବା ସଭା ସ୍ଥଳରେ ଆଲୋଚନା ଶୁଣିବାକୁ ମିଳିଥିଲା।ଆଗାମୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସମଗ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ କୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି। ଏଣୁ ବିପିନ ତାଙ୍କ ସଙ୍ଗଠନ କୁ ଠିକଣା ଢଙ୍ଗରେ ଚଳାଇ ପଞ୍ଚାୟତ ସ୍ତର ରେ କର୍ମୀ ଓ ଦଳୀୟ ନେତୃବୃନ୍ଦ ଙ୍କୁ ଏକାଠି କରିବାରେ ଲାଗିଛନ୍ତି।ସମଗ୍ର ନିର୍ବାଚନ ମଣ୍ଡଳୀରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ବାକି ରହିଥିବା ଶିକ୍ଷା,ସ୍ଵାସ୍ଥ୍ୟ,ଗମନାଗମନ,ପରିବେଶ ସର୍ବୋପରି ବେକାରୀ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ସେମାନଙ୍କୁ କର୍ମ ନିଯୁକ୍ତି ଉପରେ ସେ ପ୍ରାଧାନ୍ୟ ଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


