କୃଷକ ନେତା ଙ୍କ ପରଲୋକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରର ଜଣାଶୁଣା କୃଷକ ନେତା ସମୀର ଚନ୍ଦ୍ର ମିଶ୍ର ଙ୍କ ରବିବାର ପରଲୋକ ଘଟିଛି।ସେ ଅଖିଳ ଭାରତ କୃଷକ ସଭା ର ଦିଗପହଣ୍ଡି ଶାଖା ସଭାପତି ଥିଲେ। ଗତ କିଛିଦିନ ହେଲା ଯକୃତ ରୋଗରେ ସଂକ୍ରମିତ ହୋଇ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ତାଙ୍କ ପରଲୋକ ଘଟିଥିଲା।ପୁରୀ ସ୍ବର୍ଗଦ୍ବାର ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ତାଙ୍କ ସ୍ତ୍ରୀ,୨ କନ୍ୟା ଙ୍କ ସମେତ ବନ୍ଧୁ ପରିଜନ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର, ବୃନ୍ଦାବନ ପଣ୍ଡା, ସିପିଆଇ ବଡ଼ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥୀ, ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର,ଦୈତାରି ରେଡ୍ଡୀ,ମୂଷା ବେହେରା,ପ୍ରକାଶ ସେଠୀ,ଲୋକନାଥ ବିଷୋୟୀ,ଅଶୋକ ସେଠୀ, ପର୍ଶୁୁ ବିଷୋୟୀ,ସୋମନାଥ ଦଳାଇ, ସିମାଞ୍ଚଳ ସାହୁ,ଲବ ଗୌଡ଼ ପ୍ରମୁଖ ତାଙ୍କ ବିୟୋଗ ରେ ଗଭୀର ଶୋ କ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।


