ନିମ୍ନ ମାନର ଖାଦ୍ୟ ଅଭିଯୋଗରେ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ନିମ୍ନ ମାନର ଖାଦ୍ୟ ପରିବେଷଣ ଅଭିଯୋଗରେ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ସୂଚନା ପ୍ରକାରେ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ପ୍ରାୟ ୮୦ଜଣ ଆଦିବାସୀ ଛାତ୍ରୀ ରହି ପାଠ ପଢୁଥିବା ଜଣାପଡ଼ିଛି । ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ମୁହାଁ କରିବା ସହ ଉଚ୍ଚ ଶିକ୍ଷିତ କରିବା ପାଇଁ ମାଗଣା ରହିବା, ପୁଷ୍ଟିକର ଖାଦ୍ୟ ଖାଇବା,ମାଗଣା ବହି,ଖାତା ଯୋଗାଇବା ସହ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ହୀନ ମାନସିକ ଧାରୀ ସ୍କୁଲ କର୍ତ୍ତୃପକ୍ଷ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସୁଥିବା ସରକାରୀ ଅର୍ଥକୁ ଚଳୁ କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ପାଦରେ ଦଳିବାକୁ ପଛାଉ ନାହାନ୍ତି । ଏଭଳି ଅଭିଯୋଗ ଆସିଛି ଖମଣଖୋଲ ଅଞ୍ଚଳରୁ । ଦୀର୍ଘ ଦିନ ହେବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ପରିଚାଳକ ଅନ୍ତେବାସିଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରିଆସୁଥିବା ବେଳେ ସ୍ଥିତିରେ ସୁଧାର ଆଣିବା ପାଇଁ ଅନ୍ତେବାସୀ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ନିବେଦନ କରିଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରିନଥିଲେ କର୍ତ୍ତୃପକ୍ଷ । ଶେଷରେ ଅତିଷ୍ଠ ହୋଇ ଗତ ରାତିରେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଅଞ୍ଚଳବାସୀଙ୍କ ନିକଟରୁ ଶୁଣିବାକୁ ମିଳିଛି । ବାଲିଗୁଡ଼ା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏଥିପ୍ରତି ଧ୍ୟାନ ନଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସଲାସୁତୁରା ହେଉଥିବା ଯୋଗୁଁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ଏଣୁ ବର୍ତ୍ତମାନ ସମୟରେ ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି ।ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ କହିଛନ୍ତି ଯେ ଏହି ଖବର ଶୁଣିବା ପରେ ସଙ୍ଗେ ସଙ୍ଗେ ଖମନଖୋଲ ସରପଞ୍ଚ ଏବଂ ସିଆରସିସି ଙ୍କୁ ପଠାଇ ସମସ୍ୟାର ସମାଧାନ କରି ବିଦ୍ୟାଳୟ କୁ ପିଲାମାନେ କିପରି ଫେରି ଆସିବେ ସେ ନେଇ ଅଧିକ ତନାଘନା କରୁଛୁ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ