ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ୨୦୨୩-୨୫ ବର୍ଷ ପାଇଁ ଅନୁଷ୍ଠିତ ଦ୍ୱିବାର୍ଷିକ ନିର୍ବାଚନରେ ନୂତନ କର୍ମକର୍ତ୍ତା ଭାବେ ସର୍ବଶ୍ରୀ ପ୍ରସନ୍ନ କୁମାର ଦାସ-ସଭାପତି, ସତ୍ୟବ୍ରତ ଦାସ-ଉପସଭାପତି, ମହାଦେବ ପଢିହାରୀ-ସାଧାରଣ ସମ୍ପାଦକ, ବିଚିତ୍ର କୁମାର ଜେନା-ଯୁଗ୍ମ ସମ୍ପାଦକ, ବାଉଳା ସିଂ-କୋଷାଧ୍ୟକ୍ଷ ଓ କୈଳାସ ଚନ୍ଦ୍ର ଜେନା, ଶ୍ରୀମତୀ ଗୀତାରାଣୀ ସାହୁ, କବି ପ୍ରସାଦ ସାମନ୍ତରାୟ, ଦୁର୍ଗାଚରଣ ଦାସ, ବିଷ୍ଣୁପ୍ରସାଦ ମିଶ୍ର, ତ୍ରିଲୋଚନ ସ୍ୱାଇଁ ଏବଂ କୃଷ୍ଣଚନ୍ଦ୍ର ଡାକୁଆ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଏହି ନିର୍ବାଚନା ପରିଚାଳନା କରିଥିବା ନିର୍ବାଚନ ଅଧିକାରୀ ଶ୍ରୀ ଅଦ୍ୱୈତ କୁମାର ମହାନ୍ତି ଏକ ଘୋଷଣାନାମା ଜରିଆରେ ପ୍ରକାଶ କରିଛନ୍ତି । ନିର୍ବାଚିତ କର୍ମକର୍ତ୍ତାମାନେ ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟାମାନଙ୍କୁ ସେମାନଙ୍କର କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ