ସମାଜସେବୀ ସରୋଜକାନ୍ତ ଜେନାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶଙ୍ଖପୁର ଗ୍ରାମର ସମାଜସେବୀ ସ୍ୱର୍ଗତ ସରୋଜକାନ୍ତ ଜେନାଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ବାସଭବନ ପରିସରରେ ଶିକ୍ଷାବିତ ମନମୋହନ ଜେନାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପ୍ରଭାତ କୁମାର ଜେନା, ରବିନ୍ଦ୍ର କୁମାର ଜେନା, ଦିଲ୍ଲିପ କୁମାର ମହାନ୍ତି, ଶରତ ଚନ୍ଦ୍ର ଜେନା,ପ୍ରାଧ୍ୟାପକ ଉମାକାନ୍ତ ସିଂହ, ପ୍ରମୋଦ କୁମାର ଜେନା, ଆନନ୍ଦ କିଶୋର ସାମନ୍ତରାୟ, ପ୍ରଦୀପ୍ତ କୁମାର ଜେନା, ଉମାକାନ୍ତ ଭୂୟାଁ, ରମାକାନ୍ତ ଭୂୟାଁ, କିରଣ କୁମାର ମହାନ୍ତି, ସ୍ନେହାଶିଷ ଦାସ, ଡଃ. କସ୍ତୁରୀ ସିଂହ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନା ଜଣେ ମାଟି ମନସ୍କ ଦରଦୀ ମଣିଷ ରୂପେ ଗାଁ ମାଟିର ଉନ୍ନତି କରିବା ସହ ଗ୍ରାମର ଶଙ୍ଖେଶ୍ୱରୀ ମନ୍ଦିର ପ୍ରତିଷ୍ଠାରେ ତାଙ୍କର ଭୂମିକା ସବୁଦିନେ ତାଙ୍କୁ ଜୀବିତ କରି ରଖିବ ବୋଲି ମତବ୍ୟକ୍ତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କର ସରଳ, ଅମାୟିକ ବ୍ୟବହାର, ଦରଦୀ ହୃଦୟର ଅନାବିଳ ସ୍ନେହଭରା ଖୋଲାକଥା ପାଇଁ ଅଞ୍ଚଳର ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଚିକୁ, ମିକୁ, ବିକି, ଲିକୁ, ଲିପି, ଚୁମୁକି, ସୋନାଲ, ରିଶୁ, କ୍ରିଶୁ, ଡାଡୁ ଓ ଜୁନୋ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସ୍ୱରାଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।


