ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ଶ୍ରାଦ୍ଦଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବନବାସୀ ସେବା ସମିତିର ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ(ଆଜ୍ଞା)ଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ବନବାସୀ ସେବା ସମିତିରେ ପାଳନ କରାଯାଇଛି ,ଏଥିରେ ମୁଖ୍ୟ ଅତିଥୀ ଭାବେ ରଜତ କୁମାର ଦିଗାଳ-ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷ, ରଶ୍ମିତା କରଣ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହିବୈଠକକୁ ପରିଚାଲନା କରିଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ରାମଚନ୍ଦ୍ର ପରିଡା ଜିଲ୍ଲା ଶିଶୁସୁରକ୍ଷା ସମିତିର ସଦସ୍ୟ, ଅନିତା ଦାସ ସିଡିପିଓ ପ୍ରମୁଖ ମଂଚାସୀନ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ ମଧୁସୁଦନ ମହାପାତ୍ର ପ୍ରାକ୍ତନ ଅଧକ୍ଷ ଯୋଗଦେଇ ଆଜ୍ଞାଙ୍କ କର୍ମମୟ ଜୀବନ ଉପରେ ଆଲୋଚନା ରଖିଥିଲେ । ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ପରିଚୟ କରିିବା ସହ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ