ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହୋଇସ୍କୁଲର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟ ନାଥ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ମୁଖ୍ୟବକ୍ତା ଭାବେ ଅମୃତ ଦର୍ଶନ ଓ ଭଲ ଖବରର ର ମୁଖ୍ୟ ସମ୍ପାଦକ ତଥା ବିଶିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ବିଶିଷ୍ଟ ପାଲାକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କାନପୁରର ଗୋପବନ୍ଧୁ ସାଜିଥିବା ସମାଜସେବୀ ଗଙ୍ଗାଧର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିବାବେଳେ ଅତିଥିମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ସାହୁ, ଶ୍ରୀକ୍ଷୟତ୍ରୀ ତୁନୁଶୀ୍ର ତନୟା ପହି, ସୁଚିସ୍ମିତା ବାରିକ, ଅରୁ ଅର୍ପତା ସାହୁ, କାବେରୀ ନାୟକ, ଶିକ୍ଷକ ରାଜେଶ ବେହେରା, ପାର୍ଥସାରଥି ଜେନା, ନିରଞ୍ଜନ ସାହୁ, ହିମାଶୁଂ ବାରିକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।