ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମଙ୍ଗରାଜପୁର ଗ୍ରାମର ଯୁବ ସ୍ୱେଚ୍ଛାସେବୀ ସୁଧାଶୁଂ ବେହେରା ନିଜ ୨୫ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସେ ଆନନ୍ଦପୁର ଉପଖଣ୍ଡ ରକ୍ତ ଭଣ୍ଡାରରେ ରକ୍ତଦାନ କରିବା ସହିତ ବିଭିନ୍ନ ସ୍ଥାନରେ øହଯୋଗୀ ମାନଙ୍କୁ ଧରି ବୃକ୍ଷରୋପଣ କରିଥିଲେ । ପରେ ଜୟନ୍ତୀଦେବୀ ହରିଜନ ଆବାସିକ ବିଦ୍ୟାଳୟରେ ଅନାଥ ପିଲାମାନଙ୍କ ସହିତ ମିଶି ଜନ୍ମଦିନକୁ ପାଳନ କରିବା ସହିତ ସେମାନଙ୍କୁ ଭୁରିଭୋଜନରେ ଆପ୍ୟାୟିତ କରିଥିଲେ । ସେ ଛୋଟବେଳୁ ନିଜକୁ ସମାଜସେବାରେ ନୟୋଜିତ କରି ଅସହାୟ ଲୋକଙ୍କୁ ସାମାଯ୍ୟ କରିଆସୁଥିବାବେଳେ ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ ସେବା ଟ୍ରଷ୍ଟର ସହ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଛନ୍ତି । ସେ ପୁର୍ବରୁ ମଧ୍ୟ ଅନେକଥର ଅସହାୟ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ