ରହସ୍ୟମୟୀ ପିରାମିଡ୍

ମିଶରରେ ଅନେକ ପିରାମିଡ୍‌ ଦେଖିବାକୁ ମିଳେ। ମାତ୍ର ୪ ହଜାର ବର୍ଷର ପୁରୁଣା ପିରାମିଡ୍‌ର ରହସ୍ୟ ସମ୍ପର୍କରେ ସଠିକ୍‌ ତଥ୍ୟ ଆଜିପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ରାଜା ରାଣୀଙ୍କ କବର ପାଇଁ ଏହା ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ଏଠାକାର ସବୁଠୁ ପୁରୁଣା ତଥା ରହସ୍ୟମୟୀ ପିରାମିଡ୍‌ ହେଉଛି ‘ ଦ ଗ୍ରେଟ୍‌ ପିରାମିଡ୍‌ ଅଫ୍‌ ଗିଜା’। ଖ୍ରୀଷ୍ଟପୂର୍ବ ୨୫୬୦ ମସିହାରେ ଏହାର ନିର୍ମାଣ କରାଯାଇଛି। ଏହା କୁଫୁ ପିରାମିଡ୍‌ ଭାବେ ମଧ୍ୟ ଜଣାଶୁଣା। ମିଶରର ରାଜା କୁଫୁଙ୍କ ମୃତଦେହ ସଂରକ୍ଷଣ ପାଇଁ ଏହା ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ଏହାର ଉଚ୍ଚତା ପ୍ରାୟ ୪୫୦ ଫୁଟ। ୧୩ ଏକର ଜାଗାରେ ଏହା ନିର୍ମାଣ କରାଯାଇଛି। ଏହି ପିରାମିଡ୍‌ ନିର୍ମାଣରେ ୨୩ ଲକ୍ଷ କଳାପଥର ବ୍ୟବହୃତ ହୋଇଛି। ଏହି ପଥରରେ ଲାଇମ୍‌ଷ୍ଟୋନ୍‌ ଏବଂ ଗ୍ରାନାଇଟ୍‌ ରହିଛି। ଏଥିରେ ବ୍ୟବହାର କରାଯାଇଥିବା ଗୋଟିଏ ଗୋଟିଏ ପଥରର ଓଜନ ୨ରୁ ୩୦ ଟନ୍‌ ପର୍ଯ୍ୟନ୍ତ ରହିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଆଜିର ଯୁଗରେ କ୍ରେନ୍‌ ସାହାଯ୍ୟରେ ୨୦ ହଜାର କିଗ୍ରା ପଥର ଉଠାଯାଉଥିବା ବେଳେ ସେ ସମୟରେ ଏତେ ଓଜନର ପଥର କିପରି ବ୍ୟବହାର କରାଗଲା? ଏହି ପିରାମିଡ୍‌ ଏମିତି ସ୍ଥାନରେ ନିର୍ମାଣ କରାଯାଇଛି, ଯାହା ଇଜ୍‌ରାଇଲ୍‌ର ପାହାଡ଼ ଉପରୁ ମଧ୍ୟ ଦେଖାଯିବ। ପିରାମିଡ୍‌ର ବାହାର ତାପମାତ୍ରା ଯେତେ ହୋଇଥାଉନା କାହିଁକି ଭିତରର ତାପମାତ୍ରା ସବୁବେଳେ ୨୦ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ