ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ସ୍ୱନକ୍ଷତ୍ର ଦିବସରେ ପୂଜ୍ୟପୂଜା ସମାରୋହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବସପୁରସ୍ଥିତ ଜଗତଜନନୀ ମା’ ବାସନ୍ତୀ ଦୁର୍ଗାଦେବୀଙ୍କ ୪୪ତମ ପୂଜା ଅବସରରେ ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଷ୍ଟାଦଶତମ ସ୍ୱନକ୍ଷତ୍ର ଦିବସ ଅବସରରେ ପୂଜ୍ୟପୂଜା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଟ୍ରଷ୍ଟ ଅଧ୍ୟକ୍ଷ ଇଂ ଭଗବାନ ବିଶ୍ୱାଳ ସଭାପତିତ୍ୱ କରି ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରିଥିଲେ । ଟ୍ରଷ୍ଟର ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, କେଶବ ଚନ୍ଦ୍ର ବିଶ୍ୱାଳ, ନୃସିଂହ ଚରଣ ବିଶ୍ୱାଳ ଓ ଅଶୋକ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଉତ୍ସର୍ଗୀକୃତ ସେବା ନିମନ୍ତେ ପ୍ରଫେସର ନନ୍ଦକିଶୋର ପରିଡାଙ୍କୁ “କେନ୍ଦ୍ରାପଡା ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଜିଲ୍ଲାର ମହିଳାମାନଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ରୋଲ ମଡେଲ ସାଜିଥିବା କମଳା ମହାରଣାଙ୍କୁ ମାନପତ୍ର,ଉତ୍ତରୀୟ, ପୁଷ୍ପଗୁଛ ଏବଂ ଦଶ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ଏତଦବ୍ୟତିତ ଗୋବରୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା କେନ୍ଦ୍ରାପଡା ସତ୍ୟସାଇ ସେବା ସମିତିର ପୂର୍ବତନ ସଭାପତି ରାମଚନ୍ଦ୍ର ସ୍ୱାଇଁ,ଶିକ୍ଷା, ଆଧ୍ୟାତ୍ମିକ ଚେତନା ଏବଂ ସମାଜସେବା ପାଇଁ ବିଷ୍ଣୁ ଚରଣ ସାମଲ, ମାନବିକ ଅଧିକାର ଏବଂ ଶିକ୍ଷାର ବ୍ୟାପକ ପ୍ରସାର ନିମନ୍ତେ ସାଗର ଜେନା, ଓଡିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ କୈଳାସ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ବସପୁର ଗ୍ରାମର ଝିଅ ଓ ଜ୍ୱାଇଁ ନିତ୍ୟାନନ୍ଦ ଧଳ ଏବଂ ତୁଳସୀ ଦେବୀଙ୍କୁ ଏକ ଭିନ୍ନ ପରମ୍ପରାରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ପ୍ରତିବର୍ଷ ଭଳି ଟ୍ରଷ୍ଟ ପକ୍ଷରୁ ଗରିବ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ, ବସ୍ତ୍ର ଏବଂ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଶେଷରେ ବସପୁରର ବାସନ୍ତୀ ଦୂର୍ଗା ପୂଜା କମିଟି ଏବଂ ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ହିମାଂଶୁ ଭୂଷଣ ପରିଡା ସଭା ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ