ଭଞ୍ଜନଗରରେ ଉତ୍କଳ ଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ଉତ୍କଳ ଦିବସ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି ଏହି ଅବସରରେ ସଂଗୀତ,ନୃତ୍ୟ ଆଦି ପ୍ରତିଯୋଗିତା ଦିନ ତମାମ୍ ଆୟୋଜିତ ହୋଇଥିଲେ ଶତାଧିକ ଛାତ୍ର ଛାତ୍ରୀ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟରୁ ଏହି ସବୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ ବିଚାରକ ରୂପେ ସଙ୍ଗୀତା ପଣ୍ଡା, ରୀନା ସେଠୀ, ସୁବାଷ ଚନ୍ଦ୍ର ତାରିଣୀ ଏବଂ ତ୍ରିନାଥ ବେହେରା ଯୋଗଦେଇଥିଲେ ଅପରାହ୍ନରେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ସାହିତ୍ୟ ଘରର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଏନ୍.ଏ.ସି ଚେୟାରମେନ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥିରୂପେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ମୁଖ୍ୟ ବକ୍ତା ରୂପେ ଏସ୍.ଡି.ପି.ଆର୍.ଓ ଗୌରୀ ଶଙ୍କର ଶତପଥୀ ଙ୍କ ସମେତ ବିଶିଷ୍ଟ ଅତିଥି ରୂପେ ଏମ୍.ଭି.ଆଇ ଭାଗିରଥୀ ନାୟକ ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସର ମହତ୍ବ ସମ୍ବନ୍ଧୀୟ ଅଭିଭାଷଣ ରଖିଥିଲେ ସାହିତ୍ୟ ଘରର ତିନି ପ୍ରମୁଖ ଉପଦେଷ୍ଟା ଶୂଳପାଣି ଶତପଥୀ,ମନୁନନ୍ଦ ପତି ଓ ଜଗବନ୍ଧୁ ଜେନା ଙ୍କ ସମେତ ଉପ ସଭାପତି ନେତାଜୀ ବିଷୋୟୀ, ସଂପାଦକ ସନ୍ତୋଷ ଜେନା,କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, ସଂଗଠନ ସଂପାଦକ ବିଶ୍ବମ୍ବର ଜେନା, ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ ଏବଂ ସାଂସ୍କୃତିକ ସଂପାଦିକା ଜୋତ୍ସା ଦେବୀ,ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସଦସ୍ୟ ଅନୁପମ୍ ବାନାର୍ଜୀ ବରିଷ୍ଠ ସଦସ୍ୟ ରବି ନାରାୟଣ ମହାନ୍ତି, ସୁରେଶ ଚନ୍ଦ୍ର ସ୍ବାଇଁ, ଅଜିତ କୁମାର ଶତପଥୀ,ପଞ୍ଚାନନ ପାଳ ସଦସ୍ୟା ଡାକ୍ତର ଗାୟତ୍ରୀ ସାହୁ,ମୋନାଲିସା ମିଶ୍ର, ଶୁଭସ୍ମିତା ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରାମ ପ୍ରସାଦ ମିଶ୍ର, ଧୃବ ମହାରଣା, ସିମାଞ୍ଚଳ ସ୍ବାଇଁ ,ରବି ନାରାୟଣ କର ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିବା ସହ ଉପସ୍ଥିତ ଅଭିଭାବକ,ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ ଶେଷରେ ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ