ରଘୁନାଥ ସାଗର ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଜିଉରା ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ରଘୁନାଥ ସାଗର ରେ ମଙ୍ଗଳବାର ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିଛି ପାଟପୁର ପୋଲିସ l ମୃତ କ ଜଣଙ୍କ ହେଲେ ସୋରଡ଼ା ଥାନା ସୁରମଣି ଗ୍ରାମର ବ୍ରହ୍ମା ବେହେରା (୪୬) ବୋଲି ଜଣାପଡ଼ିଛି। ସୂଚନା ପ୍ରକାରେ ବ୍ରହ୍ମା ଦୁଇ ମାସ ହେବ ପାଟପୁର ଥାନା ଅନ୍ତର୍ଗତ ପିପିଲିଗୁଡା ଗ୍ରାମରେ ସେ ଏକା ରହିଆସୁଥିଲେ l ସୋମବାର ସନ୍ଧ୍ୟାରେ ରେ ବ୍ରହ୍ମା ଗାଧୋଇବା ପାଇଁ ରଘୁନାଥ ସାଗର କୁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ l ସାହି ପଡିଶା ଲୋକମାନେ ବ୍ରହ୍ମାଘରକୁ ଫେରିନଥିବା ଯୋଗୁଁ ଏନେଇ ଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇଲେ ନାହିଁ। ମଙ୍ଗଳବାର ସନ୍ଧ୍ୟା ରେ ରଘୁନାଥ ସାଗରରେ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକେଦେଖି ପାଟପୁର ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପାଟପୁର ପୋଲିସ ପହଞ୍ଚି ମୃତ ଦେହ ରଘୁନାଥ ସାଗର ରୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ