ବିକାଶ ଅନୁଷ୍ଠାନ ରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଭବାନୀପାଟଣା ଉପକଣ୍ଠ ବାନ୍ଦୋପଲା ସ୍ଥିତ ବିକାଶ ଅନୁଷ୍ଠାନ ପକ୍ଷରୁ ଉଭୟ ସିଏସଇଓ, ସିବିଏସ ଇ କ୍ଷେତ୍ରରେଉପକୃତ ମେଧାବୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପର ପରିଚାଳନା ନିର୍ଦେଶକ ଡ଼ି ନାଗେଶ୍ୱର ରାଓ, ଭବାନୀପାଟଣା ଶାଖାର ନିର୍ଦେଶକ ଡ଼ି ଶ୍ୟାମ, ଡ଼ି ରାମ, ଏକାଡେମୀକ ଇନଚାର୍ଜ ଡ଼ି ବିଜୟା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ୍ୟା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚlସିନ ଥିଲେ l ଏହି ମେଧାବୀ ପରୀକ୍ଷା କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ମାନଙ୍କରୁ ସିବି ଏସ ସି ରେ ୨୫୨ ଜଣ ଛାତ୍ର ଛାତ୍ରୀ ଓ ସିଚ ଏ ସି ରେ ୩୧୭ ଜଣ ବିଦ୍ୟାର୍ଥୀ ଭାଗ ନେଇ ଥିଲେ l ଶିକ୍ଷା ର ବିକାଶ ମାନଦଣ୍ଡ ଉପରେ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିବା ବେଳେ ପୂର୍ବରୁ ଆୟୋଜିତ ବିକାଶ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଜିର ଏହି ବିକାଶ ମେଧାବୀ ପରୀକ୍ଷା ରେ କୃତ କାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ନଗଦ ଅର୍ଥ ସହ ସଂମ୍ନାନିତ କରାଯିବ ବୋଲି ବିକାଶ ଅନୁଷ୍ଠାନ ପକ୍ଷରୁ କୁଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ