ଜିଲ୍ଲାବାସୀଙ୍କ ସ୍ୱାର୍ଥ ପରିବର୍ତ୍ତେ ବେଦନ୍ତକମ୍ପାନୀ ର ଗୁଲାମଗିରି କରୁଛନ୍ତି କଳାହାଣ୍ଡି ବିଜେଡି ନେତା
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ। ଏ ଦିଗରେ କଳାହାଣ୍ଡିର ଯୋଗଦାନ ମଧ୍ୟ ଯଥେଷ୍ଟ ରହିଛି।ତେବେ ଜଳ ସଂରକ୍ଷଣ ଓ ଜଳସେଚନ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା କୃଷିକୁ ଆଗେଇ ନେଇଥିଲେ ମଧ୍ୟ ଏହାର ଉପଯୁକ୍ତ ଶିଳ୍ପ ସ୍ଥାପନ ଦିଗରେ ଅଗ୍ରଗତି ଘଟିନାହିଁ। ବର୍ତ୍ତମାନ ସମୟରେ ଶିଳ୍ପ ଏକ ପ୍ରମୁଖ ର୍ଥନୀତିକ ବିକାଶର ମାନଦଣ୍ଡ ସାଜିଥିବା ବେଳେ କଳାହାଣ୍ଡିରେ ଶିଳ୍ପର ବିକାଶରେ ସେତେଟା ଉନ୍ନତି ହୋଇନାହିଁ। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ କଞ୍ଚାମାଲ ଥିବା ବେଳେ ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ। ଜିଲ୍ଲାର ଉପଲବ୍ଧ ସମ୍ବଳକୁ ଲକ୍ଷ୍ୟ କରି ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ, ଇଥାନଲ ପ୍ଲାଣ୍ଟ, ମେଗା ଧାନ ପ୍ଲାଣ୍ଟ, ସୌରଶକ୍ତି ପ୍ଲାଣ୍ଟ, ହାଇଡ୍ରୋଇଲେକ୍ଟ୍ରି ପ୍ରୋଜେକ୍ଟ, କଟନ ସ୍ପିନିଂ ମିଲ, ଟେକ୍ସଟାଇଲ ପାର୍କ, , ସଫ୍ଟୱେର ଟେକ୍ନୋଲୋଜି ପାର୍କ, ପର୍ଯ୍ୟଟନ ଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ ଆଧାରିତ ଶିଳ୍ପ, ଚିନି ମିଲ,ହାବସପୁରି ହସ୍ତତନ୍ତ ଶିଳ୍ପ ପ୍ରଭୃତି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅନୁକୂଳ ବାତାବରଣ ରହିଛି। ତେବେ ଏସବୁକୁ ଗୁରୁତ୍ୱ ନଦେଇ ଶାସକ ବିଜୁ ଜନତା ଦଳର କେତେକ ନେତା ବେଦାନ୍ତ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସପକ୍ଷରେ ଆଗେଇ ଆସିଛନ୍ତି l କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହେବଦିନଠାରୁ ନା କିଛି ବିକାଶ ହୋଇଛି ନା କମ୍ପାନୀ ପ୍ରତିଶୃତି ଦେଇଥିବା ପାରିପାର୍ଷିକ ବିକାଶ କରିଛି l ବର୍ଷ ବର୍ଷ ଧରି ନିୟମଗିରି ପାର୍ବତରେ ବସବାସ କରିଥିବା ଡ଼ଙ୍ଗରିଆ ଓ ଝରାଣିଆ କନ୍ଧ ମାନଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କୁ ଅଣନିଶ୍ୱାସୀ କରିବା ସହ ସେମାନଙ୍କ ଜୀବନ ଜୀବିକା ଉପରେ ଖେଳ ଖେଳୁଛି କମ୍ପାନୀ ଏପରିକି ମାଓବାଦୀ ନାଁରେ ଆକଥାନିୟ ଅତ୍ୟାଚାର ପୋଲିସ ଲଗାଇ କରୁଛି କମ୍ପାନୀ l ଦୀର୍ଘ ଦିନରୁ ବେଦାନ୍ତ କମ୍ପାନୀ କୁ ସ୍ଥାନୀୟ ଆଦିବାସୀ ଓ ଅନେକ ସଂଗଠନ ବିରୋଧ କରିଆସୁଥିବା ବେଳେ ଏବେ ଶାସକ ଦଳକୁ ନେଇ ନିୟମ ଗିରି ପର୍ବତ ହାତେଇବାକୁ ଚେଷ୍ଟା କରୁଛି କମ୍ପାନୀ ଯାହାକୁ ଅନେକ ପରିବେଶବିତ ଏହାକୁ ଗ୍ରହଣ କରିପାରୁନାହାନ୍ତି l ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବିଜେଡିର କିଛି ନେତା ବେଦାନ୍ତ କମ୍ପାନୀର ବୋଲକର ସାଜି କମ୍ପାନୀକୁ ମାଇନିଙ୍ଗ ଦେବାକୁ ସରକାରଙ୍କୁ ଚାପ ପକାଉଥିବା ଜଣା ପଡିଛି l ତେବେ ଏହି କଥାକଥିତ ନେତା ମାନେ ସାଇନିଂ କଳାହାଣ୍ଡି ନାମରେ କିଭଳି ବେଦାନ୍ତ ସପକ୍ଷରେ ବାହାରିଛନ୍ତି ଓ ଏମାନଙ୍କୁ ବିଜେଡି ହାଇକମାଣ୍ଡ ଏଭଳି କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି କି ବୋଲି ସ୍ଥାନୀୟ ଅଧିବାସୀ ପ୍ରଶ୍ନ କରିଛନ୍ତି l ବେଦାନ୍ତ କମ୍ପାନୀ ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି ଠୁ ଆରମ୍ଭ କରି ସବୁ ଦିଗରୁ ଫେଲ ହେବାପରେ ବିଜେଡିର କିଛି କୁଚି ନେତାଙ୍କୁ ଧରି ଏଭଳି କରୁଥିବାରୁ ଆଗାମୀ ନିର୍ବାଚନରେ ଆଦିବାସୀ ଉଚିତ ଜବାବ ଦେବେ ବୋଲି ପ୍ରକାଶ କରିଛନ୍ତି l


