ସଡକ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବସଷ୍ଟାଣ୍ଡ ସମ୍ମୁଖରେ ବୁଗୁଡା ଥାନା ଆମ ପୋଲିସି ସମିତି ଓ ବୁଗୁଡା ଶ୍ରୀ ବଳଦେବ ସ୍ୱାମୀ ଘରୋଇ ମାଲିକ ସଙ୍ଘ ମିଳିତ ଆନୁକୂଲ୍ୟରେ ରବିବାର ଦିନ ସଡକ ନିରାପତ୍ତା ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ସଡକ ନିରାପତ୍ତା ବିଷୟରେ ସଚେତନତା କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଏହାପରେ ବୁଗୁଡା ବସଷ୍ଟାଣ୍ଡ ସମ୍ମୁଖରେ ଆଇଆଇସିଙ୍କ ନେତୃତ୍ୱରେ ସେକଣ୍ଡ ପୋଲିସି ଅଫିସର ତନୁଶ୍ରୀ ସାହୁ,ସୁରେଶ ଚନ୍ଦ୍ର ଦାଶ, ମନୋରଞ୍ଜନ ଦାଶ, ଅଭୟ ପ୍ରସାଦ ପାଣିଗ୍ରାହୀ,କାଳି ଚରଣ ପାଢ଼ୀ ପ୍ରମୁଖ ଏବଂ ଘରୋଇ ମାଲିକ ସଙ୍ଘ ପକ୍ଷରୁ ସଭାପତି ଜି ରାଜେନ୍ଦ୍ର କୁମାର ଦୋରା, ଉପସଭାପତି ବିଳାଶ ଚନ୍ଦ୍ର ଆଚାର‌୍ୟ୍ୟ, ସମ୍ପାଦକ ପ୍ରେମା କୁମାର ମହାପାତ୍ର,କୋଷାଧ୍ୟକ ଦୀପକ କୁମାର ଦାଶ ପ୍ରମୁଖ ବସଷ୍ଟାଣ୍ଡ ସମ୍ମୁଖରେ ଉପସ୍ଥିତ ରହି ଯେଉଁମାନେ ହେଲମେଟ,ସିଟ ବେଲ୍ଟ ପିନ୍ଧିଥିବା ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିବା ସହ ଯେଉଁମାନେ ଏହା ବ୍ୟବହାର ନକରି ଗାଡି ଚଳାଉଥିଲେ ସେମାନଙ୍କୁ ସଚେତନତା ପାଇଁ ଲିଫଲେଟ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ