ଅପରାଧିକ ମାମଲାରେ କୋଦଳା ପୋଲିସ ତରଫରୁ ଚଢ଼ାଉ କରାଯାଇ ଅଭିଯୁକ୍ତର ସ୍ଥାବର ସମ୍ପତି କୁ ଜବତ
କୋଦଳା, (ଗୁଲସନ କୁମାର କର):ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତ ର ମାଟିଗଡ଼ ଗ୍ରାମର ନାରାୟଣ ଦାସ(ପିତା ସୁବାସ ଦାସ)ଙ୍କ ଅଭିଯୋଗ କ୍ରମେ ପୂର୍ବରୁ ୨୦୧୭ ମସିହାରେ କୋଦଳା ଥାନା କେଶ ନମ୍ବର ୧୪୬/୧୭ ରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା | ଯାହାର ଜିଆର ନମ୍ବର୧୬୩/୨୦୧୭ | ଅଭିଯୋଗ ଅନୁଯାୟୀ ଗତ ୧୫.୦୬.୧୭ ତାରିଖ ରାତିରେ ନାରାୟଣ ଦାସ ଏକ ଚାନ୍ଦିନୀ ଉପରେ ବସିଥିବା ସମୟରେ ଉକ୍ତ ଗ୍ରାମର ଦେବରାଜ ଦାସ ଙ୍କ ଦୁଇ ପୁଅ ବିଟୁ ଦାସ ଏଵଂ ବିସିକେଶନ ଦାସ ଏବଂ ଦୁରୁଜ ଦାସ ଙ୍କ ପୁଅ କାଵଲା ଦାସ ନାରାୟଣ ଙ୍କୁ ଜୀବନରେ ମାରିଦେବା ଉଧ୍ୟେଶ ନେଇ ଏକ ପଥରରେ ମୁଣ୍ଡକୁ ଆଘାତ ଦେଇଥିଲେ | ଏଥିରେ ନାରାୟଣ ଙ୍କ ଅବସ୍ଥା ଗୁରୁତର ହୋଇଥିଲା | ଉକ୍ତ ଘଟଣା ଘଟିବା ପରେ ନାରାୟଣ କୋଦଳା ଥାନାରେ ଏକ ମାମଲା ଦାୟର କରିଥିଲେ | କିନ୍ତୁ ଗିରଫ ଭୟରେ ଅଭିଯୁକ୍ତ ମାନେ ନିଜ ଗ୍ରାମରେ ଅନୁପସ୍ଥିତ ରହିବା ସହ ମାନ୍ୟବର କୋର୍ଟ ଙ୍କ ନିର୍ଧେଶକୁ ଅବମାନନା କଲେ | ଯାହା ଫଳରେ ମାନ୍ୟବର ଜେଏମଏଫସି କୋର୍ଟ, କୋଦଳା ଉକ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ଜାମିନ ବିହୀନ ଗିରଫ ପରୱାନା ଜାରୀ କରିଥିଲେ ଏଵଂ ୮୨ ସିଆରପିସି ଆଇନ ଅନୁଯାୟୀ ଉକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ପଳାତକ ଘୋଷଣା ନାମା ଜାରୀ କରିଥିଲେ। ପୋଲିସ ଅତୀତରେ ମଧ୍ୟ ସେମାନଙ୍କ ନିଜସ୍ୱ ଗ୍ରାମ ମାଟିଗଡ଼କୁ ଆସି ଲଟକା ଜାରୀ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୂଚନା ଦେଇଥିଲେ। କିନ୍ତୁ ସମସ୍ତ ଅଭିଯୁକ୍ତ କୋର୍ଟ ର ନିର୍ଧେଶ କୁ ଅବମାନନା କରିବା ସହିତ ଆତ୍ମ ସମର୍ପଣ କରି ନଥିଲେ।ଯାହା ଫଳରେ ମାନ୍ୟବର ଜେଏମଏଫସି କୋର୍ଟ,କୋଦଳା ଙ୍କ ଆଦେଶ ଅନୁଯାୟୀ କୋଦଳା ତହସିଲଦାର ତଥା ମାଜିଷ୍ଟ୍ରେଟ ସସ୍ମିତା ଶତପଥିଙ୍କ ଉପସ୍ଥିତି ରେ ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲ ଏଵଂ କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ ତିନି ଆସାମୀଙ୍କ ବାସଭବନରୁ ଟିଭି, ଫ୍ରିଜ, ୱାସିଂ ମେସିନ,କାଠ ସାମଗ୍ରୀ ଜବତ କରାଯାଇଥିଲା