ମା’ ଗଡଚଣ୍ଡୀଙ୍କ ପୀଠରେ ବିଷୁବ ମେଳା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡଚଣ୍ଡୀଙ୍କ ପୀଠରେ ମହା ବିଷୁବ ମେଳା ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହେଉଅଛି । ଏହି ପୂଜାରେ ସୁବାଷ ବିଶ୍ୱାଳ ଓ ଅନୁପମା ବିଶ୍ୱାଳ ସଂକଳ୍ପ କରିଥିଲେ । ଈଶ୍ୱର ବାରିକ ମା’ଙ୍କ ପୂଜାର୍ଚ୍ଚନା କରୁଥିବା ବେଳେ ଗଦାଧର ପଣ୍ଡା, ମାନସ ମିଶ୍ର ପୂଜାଯଜ୍ଞ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆନୁମାନିକ ୨ ଶହ ବର୍ଷ ହେବ ଏଠାରେ ମେଳା ଅନୁଷ୍ଠିତ ହୋଇଆସୁଛି । ଏଠାରେ ମାନସିକ ପୂରଣ ପାଇଁ ଭଦ୍ରକ ଓ କେଉଁଝର ଜିଲାରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ରୁଣ୍ଡିଭୂତ ହୋଇଥାନ୍ତି । ଏଠାରେ ପାରମ୍ପରିକ ଭାବେ ମାନସିକ ପୂରଣ ପାଇଁ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ପାଟୁଆ ନାଚ ସଂକ୍ରାନ୍ତୀ ଦିନ ସଂଧ୍ୟାରେ ଅନୁଷ୍ଠିତ ହୋଇ ଭଲ ପ୍ରଦର୍ଶନ କରିଥିବା ଦଳକୁ ପୁରସ୍କୃତ କରାଯାଇଥାଏ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୨୯ ଓ ୩୦ ତାରିଖ ଯାତ୍ରାଭିନୟ ହେବାର କାର୍ଯ୍ୟକ୍ରମ ରହିଛି । ମେଳା ପରିଚାଳନାରେ କମିଟିର ସଭାପତି ନିରଞ୍ଜନ ସାମଲ, ଉପସଭାପତି ସୁବାଷ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଶକ୍ତିଧର ରାଉତ, ଯୁଗ୍ମ ସମ୍ପାଦକ ରମାକାନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଉମାଶଙ୍କର ପାତ୍ରଙ୍କ ସମେତ ଟିଲୋ, କରଞ୍ଜପଡା, ମଧୁପୁର, ବଉଳସାହି, ଭାରତୀ ମଠର ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।


