ବନ୍ତରେ ହନୁମାନ ଜୟନ୍ତୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସାହାଡାପଲ୍ଲୀସ୍ଥିତ ହନୁମାନ ମନ୍ଦିରରେ ଏହି ଜୟନ୍ତୀ ପାଳିତ ହୋଇଛି । ନିକଟସ୍ଥ ପୁଷ୍କରିଣୀରୁ ୩୦ ଗୋଟି କଳସ ଅଣାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଭିମନ୍ୟୁ ଲେଙ୍କା, ଶାନ୍ତିଲତା ଲେଙ୍କା ମୁଖ୍ୟ କଳସ ଧାରଣ କରିଥିଲେ । ପୂଜକ ଅଭିମନ୍ୟୁ ପାଢୀ, ସୁରେଶ ପାଢୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ପୂଜା କାର୍ଯ୍ୟ ପରିଚାଳନାରେ ଗୌରାଙ୍ଗ ପଣ୍ଡା, ବିମ୍ବାଧର ଲେଙ୍କା, ରମାକାନ୍ତ ଲେଙ୍କା, ବଟକୃଷ୍ଣ ମହାନ୍ତି, ଉମାକାନ୍ତ ଲେଙ୍କା, ଅଶୋକ ମହାନ୍ତିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଶନିବାର ପୂଜା ମଣ୍ଡପ ଠାରେ ପାଲା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ନିଳୋକ, ବାଇପୁର, ଟିଲୋ ଗ୍ରେନଗୋଲା ଛକ, ଗୋବିନ୍ଦପୁର, ତରାପୁର, କେନ୍ଦୁଆପଦା, ତୋଡଗାଁ, ସେଣ୍ଢତୀରା, ପଳସା, ବସନ୍ତିଆ, ଗଣିଜାଙ୍ଗ, ଛୟାଳସିଂ, ରାମପୁର, ଓଡଙ୍ଗ, ରାମକୃଷ୍ଣପୁର ସମେତ ବହୁ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।


