ଭଞ୍ଜନଗରର ବିଷୁବ କବିତା ପାଠ ଉତ୍ସବ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡିଆ ନବବର୍ଷ ତଥା ବିଷୁବ ସଂକ୍ରାନ୍ତୀ ଅବସରରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଷୁବ କବିତା ଆସର ଅନୁଷ୍ଠିତ ହୋଇଯାଇଛି ଏଥିରେ ସଭାପତି କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ସଂପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଦୁଇ ପ୍ରମୁଖ ଉପଦେଷ୍ଟା ଶୂଳପାଣି ଶତପଥୀ ଏବଂ ଜଗବନ୍ଧୁ ଜେନା ଙ୍କ ସମେତ ଉପସଭାପତି ନେତାଜୀ ବିଷୋୟୀ ମଞ୍ଚାସୀନ ରହି ଓଡିଆ ଭାଷା ସାହିତ୍ୟ ସମ୍ବନ୍ଧୀୟ ଆଲୋଚନା କରିଥିଲା ବେଳେ କବୟିତ୍ରୀ ସୁଜାତା ସିଂ କବିତା ପାଠ ଉତ୍ସବକୁ ସଂଯୋଜନା କରିଥିଲେ କବି ଅଶୋକ ସାହୁ, ତ୍ରିନାଥ ବେହରା,ସୁବାଷ ଚନ୍ଦ୍ର ତାରିଣୀ, କୁମାର କାର୍ତ୍ତିକେଶ୍ବର ପ୍ରଧାନ,ସନ୍ତୋଷ ଜେନା,ନେତାଜୀ ବିଷୋୟୀ,ବିଜୟ କୁମାର ବିଷୋୟୀ, ଅଶୋକ ସ୍ବାଇଁ,ଅନୁପମ ବାନାର୍ଜୀ, ବିଭୂତି ଭୂଷଣ ଜେନା, କବୟିତ୍ରୀ ଡାକ୍ତର ଗାୟତ୍ରୀ ସାହୁ,ସଙ୍ଗୀତା ପଣ୍ଡା, ଶୁଭସ୍ମିତା ଦାଶ,ସୁଜାତା ସିଂ ପ୍ରମୁଖ ପବିତ୍ର ପଣା ସଂକ୍ରାନ୍ତୀ, ମହାବୀର ଜୟନ୍ତୀ, ଆମ୍ବେଦକର ଜୟନ୍ତୀ ତଥା ପବିତ୍ର ଓଡିଆ ନବବର୍ଷ ଆଦି ବିଷୟବସ୍ତୁ ସମ୍ବଳିତ କବିତାମାନ ଆବୃତ୍ତି କରିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏହି ଅବସରରେ ଓଡିଆ ମାନଙ୍କ ପ୍ରସିଦ୍ଧ ନବାତ,କଦଳୀ ଓ ଛେନା ପଣା ବଣ୍ଟନ କରାଯାଇଥିଲା ଶେଷରେ କୋଷାଧ୍ୟକ୍ଷ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ


