ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

ଫୁଲବାଣୀ, (ସୁନୀଲ କୁମାର ବେହେରା):ଅଲ ଇଣ୍ଡିଆ ଏସ ସି ଫେଡ଼ରେସନର ଆନୁକୁଲ୍ୟରେ ଜାଗ୍ରତ୍ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ସର୍ବ ଶ୍ରେଷ୍ଠ ଆଇନଜ୍ଞ, ବିଶ୍ୱର ଭାଷା ବିତ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ଆମ୍ବେଦକର ଛକ ଠାରେ ପାଳିତ ହୋଇଥିଲା l ସର୍ବ ପ୍ରଥମେ ବାବା ସାହେବ ଭିମ ରାଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ପରେ ଉପସ୍ଥିତ ଅତିଥିମାନେ ବାବା ସାହେବଙ୍କ ଆଦର୍ଶ ଆଚରଣ ଓ ସମ୍ବିଧାନ ପ୍ରଣୟନ ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ବରିଷ୍ଠ ଆଇନଜିବୀ ତଥା ରୋଟାରୀ କ୍ଲବ ସଭାପତି ହରିଶ୍ଚନ୍ଦ୍ର ମହାରଣା,ଏସ ସି ଫେଡରେସନର ସଭାପତି ଡଃ ସୋମନାଥ ବାଘ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତିର୍ମୟୀ କହଁରଙ୍କ କର କମଳରେ ବାବା ସାହେବ ଭିମ ରାଓ ରଥର ଶୁଭ ଉଦ୍ଘାଟନ କରାଯାଇଥିଲା l ଏହି ରଥ ଫୁଲବାଣୀ ସମେତ ଗ୍ରାମଞ୍ଚଳରେ ଭିମ ରାଓଙ୍କ ବହୁମୁଖୀ ପ୍ରତିଭା ଏବଂ ତାଙ୍କର ଆଦର୍ଶ ଆଚରଣ ବିଧି ଜନ ସାମାଜରେ ଲୋକଙ୍କ ନିକଟରେ ପହଞ୍ଚାଇବା l ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସକ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର, ବିଜୟ କୁମାର ମହାନ୍ତି, ଜିଲ୍ଳା ମିଡିଆ ଫୋରମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଶ୍ରମିକ ନେତା ଘନ କୁମାର ଶବର, ପୂର୍ବତନ କାଉନ୍ସିଲର ଶିବ ସାହାଣୀ, ଦିବାକର ଦିଗାଲ, ଜାଗ୍ରତ କନ୍ଧମାଳର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବୈଦ୍ଯ ନାଥ ନାୟକଙ୍କ ସମେତ ବହୁ ସଂଖ୍ୟକ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ l ପରେ ପରେ କଂଗ୍ରେସ ଦଳ ପକ୍ଷରୁ ଶିବ ଶଙ୍କର ବେହେରାଙ୍କ ନେତୃତ୍ବରେ ସଂସାର ଭୋଇ, ଯୁବ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଭିମ ରାଓଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ