ଆଳୁ ବୋଝେଇ ଟ୍ରକ ରେ ଗଞ୍ଜେଇ ଚାଲାଣ ବେଳେ ଦୁର୍ଘଟଣା ୨୫ ବସ୍ତା ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳାରେ ଦୁର୍ଘଟଣାଗ୍ରସ୍ତ ଆଳୁ ବୋଝେଇ ଟ୍ରକ୍ ରୁ ୨୫ ବସ୍ତା ଗଞ୍ଜେଇ ଜବତ କରିଛି ପାଟପୁର ପୋଲିସ। ସୂଚନା ପ୍ରକାରେ ବୁଧୁବାର ବିଳମ୍ବିତ ରାତ୍ରୀ ସମୟରେ ତପ୍ତପାଣି ଘାଟି ୩୨୬ ଜାତୀୟ ରାଜପଥ ରାସ୍ତା ପାଳୁଖୋଳା ଠାରେ ଏକ ଟ୍ରକ ଦୁର୍ଘଟଣା ହୋଇଥିବା ପାଟପୁର ପୋଲିସ ଖବର ଏସ,ଆଇ ଟୁନା ପିଡ଼ିକା ଙ୍କ ନେତୃତ୍ବରେ ପୋଲିସ ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କଲାବେଳେ ଟ୍ରକ ଡ୍ରାଇଭର ହେଲପର ଙ୍କୁ ନପାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଆଳୁ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ବସ୍ତା ରହିଥିବା ଜଣାପଡ଼ିଥିଲା। ଟ୍ରକ ରୁ ସମସ୍ତ ବସ୍ତା ବାହାର କରିବା ପରେ ସେଥିମଧ୍ୟରୁ ୨୫ ବସ୍ତା ଗଞ୍ଜେଇ ରହିଥିବା ବେଳେ ଆଳୁ ୫୪ ବସ୍ତା ରହିଥିବା ଜଣାପଡ଼ିଛି। ଏସ ଆଇ ଟୁନା ପିଡିକା ସମସ୍ତ ଆଳୁ ଗଞ୍ଜେଇ ଜବତ କରି ଥାନାକୁ ନିଆଯାଇଥିଲା।ଟ୍ରକ ଯାହାର ନଂ- WB23-E-୬୬୫୧ ଜଣାପଡିଛି। ଗଞ୍ଜେଇ ସେସବୁକୁ ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଉପସ୍ଥିତିରେ ଜବତଗଞ୍ଜେଇ ଓଜନ ୧୦୦୧ କେଜି ୯୦୦ ଗ୍ରାମ ରହିଥିଲା। ଉପରୋକ୍ତ ମାମଲା ପାଟପୁର ଥାନା କେସ ନଂ -୧୯୪/୨୩ ରୁଜ୍ଜୁ କରାଯାଇଛି । ବର୍ତ୍ତମାନ ସମୟରେ କୌଣସି ଆସାମୀ ଗିରଫ ହୋଇନାହାନ୍ତି, ମକଦ୍ଦମା ର ତଦନ୍ତ ଜାରି ରହିଛି ଓ ସମ୍ପୃକ୍ତ ଥିବା ସମସ୍ତ ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୧ କୋଟି ରୁ ଉର୍ଦ୍ଧ ହେବବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ