ମୁଖ୍ୟମନ୍ତ୍ରୀ ଗ୍ରାମ କଣ୍ଟକ ପଟ୍ଟା ବାଣ୍ଟି ସାରିଲା ପରେ ଆଉ କାହାକୁ ଅପେକ୍ଷା କରିଛି ସୋରଡ଼ା ତହସିଲ

ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ତହସିଲ ରେ ଗ୍ରାମ କଣ୍ଟକ ପଟା କୁ ନେଇ ଲୋକଙ୍କ ମନ ରେ ଅସନ୍ତୋଷ ଦେଖା ଦେଲାଣି। ପ୍ରତି ଦିନ ତହସିଲ କୁ ଦୌଡି ଦୌଡି ଲୋକଙ୍କ ଦିନ ଗଲାଣି। ତଥାପି ମିଳୁନି ଗ୍ରାମ କଣ୍ଟକ ପଟା। ଦିନେ ନୁହ କି ଦୁଇ ଦିନ ନୁହ। ମାସ ମାସ ଧରି ଚାଲିଛି ଏହିପରି ପରିସ୍ଥିତି। ଘର ର ପଟା ଖଣ୍ଡ ହେଇଗଲେ ଅନେକ ସମସ୍ଯା ର ସମାଧାନ ହେଇଯିବ ବୋଲି ଲୋକଙ୍କ ଆସା, ହେଲେ ପୂରଣ ହେଉନି। କେମିତି ମିଳିବ ଲୋକଙ୍କ ପଟା ଆଉ କାହାକୁ କହିବେ ଲୋକେ ଗୁହାରି ଏହା କିଏ କହିବ। ସବୁ ଠାରୁ ବିଡମ୍ବନା ହେଲା ଏଠାକାର ଅଧିକାରୀ ମାନେ ସଠିକ ଭାବେ କହିପାରୁନାହାନ୍ତି କେବେ ଏହି ପଟା ଦିଆଯିବ। କିଏ କହୁଛି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଅଛି ଆହୁରି ଆସିନୀ। ଭଞ୍ଜନଗର ଯୋଗାଯୋଗ କରିଲେ ଉତର ମିଳିଛି ସବୁ ପଠାହେଇଛି। ଏମାନଙ୍କ ମଧ୍ୟ ରୁ ସତ କହୁଛି କିଏ ତାହା ବିଶ୍ବାସ କରିବା କଷ୍ଟ। ଦୁଇ ମାସ ତିନି ମାସ ହେଲାଣି ସବୁ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଗୋଟିଏ ପରେ ଗୋଟିଏ ବହନ। କେତେବେଳେ କୁହ ହାଉଛି ରାଜସ୍ୱ ନୃରୀକ୍ଷକ ଙ୍କ ରିପୋର୍ଟ ଆସିନୀ, କିଏ କହୁଛି ଇନ୍ଟର୍ନେଟ ରେ ଛଡାହେଇଛି ହେଇଯିବ, ପୁଣି କୁହା ହେଉଛି ସ୍କେଚ ମେପ ହେଇନି, ଲୋଡ ହବା ପାଇଁ ସମୟ ଲାଗିବ, କାମ ସରିଲାଣି ଦୁଇ ଦିନ ଛାଡିକି ଆସ, ତାପରେ କୁହାହେଉଚି ଭୁଲ ରେ କହିଦେଇଥିବୁ, ଆଧାର କାର୍ଡ ନେଇକି ଆସ, ଆଧାର ନେଇକି ଗଲା ପରେ ଆପଣଙ୍କ କାମ ହେଇନି, କିଏ କହୁଛି ମୁଖ୍ୟ ମନ୍ତ୍ରୀ ପଟା ବାଣ୍ଟିଲେ ଆପଣ ଯାଇକି କାହିଁକି ଆଣିଲେନି। ଏହି ପରି ଘଡିକେ ଗୋଟେ କଥା ଶୁଣିବାକୁ ମିଳୁଛି ଯାହା କୁ ନେଇ ଏବେ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି। ଦୁଇ ତିନି ମାସ ପୂର୍ବ ରୁ କୁହାଗଲା ସରକାର ଙ୍କ ନିର୍ଦେଶ ଅଛି ଏବେ ଦେଇ ହବନି, ପୁଣି ଗତ ମାସ ରେ ଆମ ରାଜ୍ୟ ମୁଖିଆ ଗଞ୍ଜାମ ଜିଲ୍ଲା ଗସ୍ତ ରେ ଆସିଥିବା ବେଳେ ଗ୍ରାମ କଣ୍ଟକ ପଟା ବାଣ୍ଟିବା ଆରମ୍ଭ କରିଥିଲେ। ଏହା ପରେ ବିଶ୍ବାସ ଥିଲା ଯେ ଏଥର ଲୋକ ଙ୍କୁ ଘର ପଟା ମିଳିଯିବ, କିନ୍ତୁ ହେଇପାରିଲାନି। ଯଦି ମୁଖ୍ୟ ମନ୍ତ୍ରୀ ବାନ୍ଟି ସାରିଲା ପରେ ମଧ୍ୟ ତହସିଲ ପ୍ରଶାସନ ଲୋକଙ୍କୁ ପଟା ଦେଉନୀ ତେବେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆଉ କେଉଁ ବଡ ନେତା ଙ୍କ ଅପେକ୍ଷା ରେ ରହିଛି ସୋରଡା ତହସିଲ ତାହା କିଏ କହିବ। ରାଜ୍ୟ ସରକାର ୫ ଟି ମାଧ୍ୟମ ରେ ବର୍ତମାନ ଟ୍ରାଂସପେରେନ୍ସି,, ଟିମ ୱର୍କ, ଟାଇମିଙ୍ଗ ଏହିପରି କେତେ ସ୍ଵପ୍ନ ମଧ୍ୟ ଦେଖାଉଛନ୍ତି କିନ୍ତୁ ଏହି ୫ ଟି ଲକ୍ଷ ପଛରେ ଯେ ସରକାରୀ ବାବୁ ଙ୍କ ଏହିପରି ଅବହେଳା ଲୁଚି ରହିଛି ତାହା ୫ ଟି ଲକ୍ଷ ସାଧନ କରିପାରୁନି । ତହସିଲ କାର୍ଜ୍ୟାଳୟ ର ପ୍ରତେକ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସ୍ଵତନ୍ତ୍ର ନିର୍ଦେଶ ନାମା ମଧ୍ୟ ରହିଛି ଏବଂ ନିର୍ଧାରିତ ସମୟ ମଧ୍ୟ ରେ ଆବସ୍ୟକ କାର୍ଯ୍ୟ ସମାପ୍ତ କରିବା ପାଇଁ କୁହାଯାଉଛି, ହେଲେ ଗ୍ରାମାଞ୍ଚଳ ସ୍ତରରେ ଏହା ଯେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା କେଉଁ ଅଧିକାରୀ ତଦନ୍ତ କରି ପଦକ୍ଷେପ ନେବେ ତାକୁ ନେଇ ଲୋକଙ୍କ ମନ ରେ ଅନେକ ପ୍ରଶ୍ନ। ତହସିଲ କାର୍ଯ୍ୟଳୟ ରେ ରେ ଗୋଟିଏ ଗୋଟିଏ ପ୍ରମାଣ ପତ୍ର ମଧ୍ୟ ଆବଶ୍ୟକ ସମୟ ସୀମା ମଧ୍ୟ ରେ ମିଳୁନି। ଏପରିକି ଗୋଟିଏ ସାର୍ଟିଫାଇଡ ପ୍ରମାଣ ପତ୍ର ପାଇଁ ୩ ମାସ ସମୟ ଲାଗୁଛି ତାହା ପୁଣି ସମ୍ପୃକ୍ତ ଅଧିକାରୀ ଙ୍କ ପାଖକୁ ବାରମ୍ବାର ଦୌଡିଲେ ସମ୍ଭବ ହେଉଛି। ପ୍ରତିଦିନ ଦୂର ଦୁରାନ୍ତ ରୁ ଲୋକେ ଆସି ନିରାଶ ହେଇ ଫେରୁଛନ୍ତି। ସବୁଠାରୁ ଅଧିକ ବିଳମ୍ବ ଏବେ ଗ୍ରାମ କଣ୍ଟକ ପଟା ରେ ଦେଖିବାକୁ ମିଳୁଛି। ଘଡିକେ ଗୋଟେ ବାହାନା କରି ଦିନ ପରେ ଦିନ ଗଡାଇ ଚାଲିଛନ୍ତି ଅଧିକାରୀ ମାନେ। ଗଞ୍ଜାମ ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ପଦକ୍ଷେପ ନେବା ସହ ଲୋକଙ୍କୁ ଗ୍ରାମ କଣ୍ଟକ ପଟା ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଲେ ଅନେକ ଲୋକେ ଘର ଖଣ୍ଡେ ପାଇପାରିବେ ବୋଲି ବିଶ୍ବାସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ