ଗଞ୍ଜାମର ବର୍ଷିୟାନ କଂଗ୍ରେସ ନେତା ପୀତବାସ ମହାନ୍ତିଙ୍କ ପରଲୋକ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ବର୍ଷୀୟାନ କଂଗ୍ରେସ ନେତା ତଥା ପୂର୍ବତନ କାଉନସିଲର ଗୋଲାପ ମହାନ୍ତିଙ୍କ ସ୍ୱାମୀ, ଓ ପ୍ରାକାନ୍ତ ସାମ୍ବାଦିକ ପୀତବାସ ମହାନ୍ତିଙ୍କ ନିଜ ଚୌଧୁରୀ ସାହି ବାସଭବନରେ ପରଲୋକ ଘଟିଛି। ଆଜି ସକାଳେ ଚାହା ଦୋକାନରେ ଚା ପିଇବା ସହ ପେପର ପଢିବା ସହ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପରେ ଘରକୁ ଯାଇ ସୋଇଥିଲେ। ପରେ ଆଉ ଉଠିନଥିଲେ। ଏହି ଖବର ପ୍ରଚାରିତ ହେବା ମାତେ ତାଙ୍କ ବାସଭବନରେ ବିଭିନ୍ନ ଲୋକଙ୍କ ଭିଡ଼ ଜମିଥିଲା। କଂଗ୍ରେସ ଦଳ ତରଫରୁ କଂଗ୍ରେସ ନଗର ସମ୍ପାଦକ ଟୁନା ଶତପଥୀ ତାଙ୍କ ପାର୍ଥିବ ଶରୀରରେ କଂଗ୍ରସ ଦଳୀୟ ପତାକା ଓ ଫୁଲ ମାଳ ପକାଇଥିଲେ। ବରିଷ୍ଠ ନଗରିକ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମାଜସେବୀ ତ୍ରିନାଥ ପାଣିଗ୍ରାହୀ,ପୁର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀ, ମିଡ଼ିଆହାଉସର ଵିନୋଦଚନ୍ଦ୍ର ପଲେଇ , ପ୍ରମୁଖଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ। ପରେ ଋଷିକୂଲ୍ୟା ନଦୀ ସ୍ମଶାନରେ ତାଙ୍କ ଶବ ସତ୍କାର କରାଯାଇଥିଲା। ସ୍ୱର୍ଗତ ମହାନ୍ତି ଜଣେ ମିଷ୍ଟାଭାଷୀ, ମେଳାପୀ ରୁପେ ଜଣାଶୁଣା। ତତକାଳୀନ ସର୍ଵଭାରତୀୟ ଯୁବ କଂଗ୍ରସ ସଭାପତି ତଥା ସାଂସଦ ରାମରଥ, ପୁର୍ବତନ ବାଚସ୍ପତି ଚିନ୍ତାମଣି ଡ୍ୟାନସାମନ୍ତରଙ୍କ ସହ ଘନିଷ୍ଠ ଥିଲେ। କିଛି ବର୍ଷ ସାମ୍ବାଦିକତା କରିଥିଲେ। ତାଙ୍କ ମୃତ୍ୟୁଖବରରେ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ରାଜ୍ୟ କଂଗ୍ରସ ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ, ପୁର୍ବତନ ବିଧାୟକ ଅଶୋକ ଚୌଧୁରୀ , ବ୍ଳକ କଂଗ୍ରେସ ସଭାପତି ଗଣେଶ ରେଡ୍ଡୀ, କଂଗ୍ରେସ ନେତା ଭାଗୀରଥି ବେହେରା ଶୋକପ୍ରକାଶ କରିଛନ୍ତି।