ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ସାଧାରଣ ଅଧିବେଶନ ସଙ୍ଘର ସଭାପତି ଦୀନବନ୍ଧୁ ରଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ଉପସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ସହସମ୍ପାଦକ ନିରଞ୍ଜନ ସିଂ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦିପ କୁମାର ଦାଶ ଓ ରମାକାନ୍ତ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇ ସଭାପତି ଭାବେ ସୁକାନ୍ତ କୁମାର ଜେନା, କାର୍ଯ୍ୟକାରୀ ସଭାପତି ରାଜେଶ ମହାନ୍ତି, ଉପସଭାପତି ଭାବେ ନିହାର ରଞ୍ଜନ ନାୟକ ଓ ସତିଶରଞ୍ଜନ ବେହେରା, ସମ୍ପାଦକ ବିଭୁତି ଭୂଷଣ ବେହେରା, ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ବେହେରା, ଅର୍ଥ ସମ୍ପାଦକ ଆଶିଷ କୁମାର ସ୍ୱାଇଁ, ସହ ସମ୍ପାଦକ ତୃପ୍ତୀମୟୀ ସାହୁ ଓ ରତ୍ନକାନ୍ତ ସାମଲ ଏବଂ କାର୍ଯ୍ୟାଳୟ ସମ୍ପାଦକ ଭାବେ ରୁଦ୍ର ପ୍ରସାଦ ସାହୁଙ୍କୁ ଚୟନ କରାଯାଇଥିଲା । ଏଥିସହିତ ମୁଖ୍ୟ ଉପଦେଷ୍ଟା ଭାବେ ସୁଦର୍ଶନ ବେହେରା, ଉପଦେଷ୍ଟା ଭାବେ ଦିବାକର ମହାନ୍ତି, ଡମ୍ବରୁଧର ବେହେରା, ସୁଶାନ୍ତ କୁମାର ବଳ ଓ ହୃଷିକେଶ ଜେନାଙ୍କୁ ମନୋନିତ କରାଯାଇଥିଲା । ଏତଦଭିନ୍ନ କ୍ଷେତ୍ର କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ ଉପବିଭାଗ ଅଧିକାରୀ ଓ ସଂସ୍ଥା ଅଧିକାରୀମାନେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦାୟୀ ସଭାପତି ଶ୍ରୀ ରଥ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ । ସଙ୍ଘ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଶ୍ରୀ ରଥଙ୍କୁ ସଙ୍ଘର ଶୁଭଚିନ୍ତକ ଭାବେ ଅଭିହିତ କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଦିବାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


