ବିଜେଡି କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା ଓ ଗିରଫ ଦାବି

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ା ସନ୍ତୋଷି ମା ମନ୍ଦିର ନିକଟରେ ଗତ ଏପ୍ରିଲ ୧୭ ତାରିଖରେ ବିଜୁ ଜନତା ଦଳର କର୍ମୀ ଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗରେ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିକରି, ବୁଗୁଡା ବିଜୁ ଜନତା ଦଳର ପ୍ରାୟ ୭ ହଜାର ରୁ ଉର୍ଦ୍ଧ୍ବ କର୍ମୀ ଓ ସମର୍ଥକଙ୍କ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଳିକ ଓ ଘୁମୁସର ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କୁ ଗିରିଫ ଦାବିରେ ବ୍ୟାନର ଓ ପ୍ଲା କାର୍ଡ ଧରି ପ୍ରତିବାଦ ଶୋଭାଯାତ୍ରା ବୁଗୁଡା ବିଜୁ ସେବା ସଦନରୁ ବାହାରି ମୁଖ୍ୟ ରାସ୍ତା ଦେଇ ବୁଗୁଡ଼ା ପୋଲିସ ଥାନାରେ ପହଞ୍ଚିଥିଲା। ବିଜେପି ବିରୋଧରେ ନାରାବାଜି ଦେଇ ଗଞ୍ଜାମ ଏସପି ଙ୍କ ଉଦ୍ଦେଶ୍ୟରେ ଉପସ୍ଥିତ ଥିବା ଏସଡିପିଓ ଙ୍କ ଜରିଆରେ ଦାବୀପତ୍ର ଦେଇଥିଲେ। ଏହି ଆକ୍ରମଣ ଘଟଣା ନେଇ ବୁଗୁଡା ଥାନାରେ ବିଜେଡି ପକ୍ଷରୁ ଭିନ୍ନ ଭିନ୍ନ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଳମ୍ବ ହେବାରୁ, ଏହାର ପ୍ରତିବାଦ କରି ବିଜୁ ଜନତା ଦଳର ବ୍ଳକ ସଭାପତି ମଦନ ଗୋପାଳ ଦୋରାଙ୍କ ନେତୃତ୍ୱରେ ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷ କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଆଡଭୋକେଟ ରବିନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ବିଜେଡି ଲୋକପ୍ରତିନିଧି, କର୍ମକର୍ତ୍ତା, କର୍ମୀ ଓ ସମର୍ଥକ ବୃନ୍ଦ ଏହି ପ୍ରତିବାଦ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ , ବିଭିନ୍ନ ଥାନାର ଅଧିକାରୀ ଓ ବୁଗୁଡା ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ