କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଆଲୋଚନା ସଭା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ଗ୍ରାମ ରଘୁନାଥ କଲ୍ୟାଣ ମଣ୍ଡପ ପରିସରରେ  ଭାରତୀୟ କ୍ଷେତ ମଜଦୂର ୟୁନିୟନ ବିକେଏମୟୁ ବଡ଼ ଖେମୁଣ୍ଡିି ଆଞ୍ଚଳିକ ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମ ବେହେରା ଏବଂ ସୁଦେଷ୍ଣା ରାଉତ ଙ୍କ ମଳିତ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଥମେ ଦିଗପହଣ୍ଡି ଅଖିଳ ଭାରତ କୃଷକ ସଭାର ସଭାପତି ସମୀର ଚନ୍ଦ୍ର ମିଶ୍ର ଙ୍କ ଅକାଳ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର ସଭାରେ ଅତିଥି ଭାବେ ଯୋଗଦେଇ ଭାରତୀୟ କ୍ଷେତ ମଜଦୂର ୟୁନିୟନ ର ସାଙ୍ଗଠନିକ ଅଭିବୃଦ୍ଧି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମାନଙ୍କରେ ଭାଗଚାଷୀ ମାନଙ୍କ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଭାଗଚାଷୀ ଆଇନ କୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା।ପ୍ରଧାନମନ୍ତ୍ରୀ  କଲ୍ୟାଣ ଯୋଜନା ରେ ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରି ସେମାନଙ୍କୁ ଯୋଜନାରେ ସାମିଲ କରାଯିବା।ବାର୍ଦ୍ଧକ୍ୟ ବିଧବା ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଗରିବ ଲୋକଙ୍କୁ ସାମିଲ କରାଯିବା। ଗ୍ରାମାଞ୍ଚଳ ଓ ସହରରେ ରହୁଥିବା ସମସ୍ତ ଗରିବ ଅସହାୟ ମାନଙ୍କୁ ସରକାରୀ ସ୍ତରରେ ଚିହ୍ନଟ କରାଯାଇ ସେମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବା ନେଇ ଉଦବୋଧନ ଦେଇଥିଲେ। ପୁରୁଷୋତ୍ତମ ପୁର ଠାରେ ଅନୁଷ୍ଠିତ ହେବାକୁଥିବା   ଭାରତୀୟ କ୍ଷେତ ମଜଦୂର ୟୁନିୟନ ବି କେ ଏମ ୟୁ ର ଗଞ୍ଜାମ ଜିଲା ସମ୍ମିଳନୀ ଏବଂ ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସମ୍ମିଳନୀ ରେ ବହୁ ସଂଖ୍ୟକ କ୍ଷେତ ମଜଦୂର ଓ ଚାଷୀ ଯୋଗ ଦେବା ପାଇଁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସଭାରେ ଲୋକନାଥ ବିଷୋୟୀ, ମୂଷା ବେହେରା, ମାଗତା ସାହୁ,ରମେଶ ଭୂଁୟା , ମିନତୀ ନାୟକ,ଏନ୍.ବାସନ୍ତୀ ରେଡ୍ଡୀ,ସୁଶୀଳା ନାୟକ,ଜମ୍ଭୁ ନାୟକ,ନମିତା ପଲେଇ,ବାସୁ ବେହେରା,କାମିନୀ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ