ବଡ଼ଖେମୁଣ୍ଡି ଚିତ୍ରକର ସଂଘ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟସ୍ଥ ମାଁ ରତ୍ନେଶ୍ଵରୀ ଶକ୍ତିପୀଠ ରେ ଶୁକ୍ରବାର ବଡ଼ଖେମୁଣ୍ଡି ଚିତ୍ରକର ସଂଘ ପକ୍ଷରୁ ଏକ ଜିଲା ସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଚିତ୍ରଶିଳ୍ପୀ ରାମାନୁଜ ପଟ୍ଟନାୟକ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ଆଇନଜୀବୀ କୁରେଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ବସବାସ କରୁଥିବା ଚିତ୍ରକର  ମାନଙ୍କ ଜୀବନ ଜୀବିକା, ସେମାନଙ୍କ ସାମାଜିକ ସୁରକ୍ଷା, ପ୍ରାପ୍ୟ ମଜୁରୀ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଥିଲେ। ସହର ଓ ଗ୍ରାମାଞ୍ଚଳର ସମସ୍ତ ରଙ୍ଗ ତୂଳୀ ଚିତ୍ରକର ମାନଙ୍କୁ  ଚିହ୍ନଟ କରି ସେମାନଙ୍କୁ ସରକାରୀ ଭାବେ ପରିଚୟପତ୍ର ପ୍ରଦାନ କରିବା। ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଏବଂ ବର୍ଷସାରା ବର୍ଗଫୁଟ ହିସାବରେ କାମ ଯୋଗାଇ ଦେବା ସହ ସଠିକ ମଜୁରୀ ପ୍ରଦାନ କରିବା।ରଙ୍ଗ ତୂଳୀ କଳାକାର ବୋର୍ଡ ଗଠନ କରାଯିବା।ଲାଭ ଖୋର ଠିକାଦାର ବଦଳରେ ସମସ୍ତ ସରକାରୀ କାର୍ଯ୍ୟ ଗୁଡ଼ିକୁ ସ୍ଥାନୀୟ ପେଣ୍ଟର ରଙ୍ଗ ତୂଳୀ ଚିତ୍ରକର ମାନଙ୍କୁ କାମ ଯୋଗାଇ ଦେବା। ପ୍ରତି ଜିଲା ରେ ରଙ୍ଗ ତୂଳୀ କଳାକାର ଙ୍କ ପାଇଁ ଗୋଷ୍ଠୀ କର୍ମଶାଳା ଗୃହ ନିର୍ମାଣ କରାଯିବା ପ୍ରଭୃତି ଦାବି ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏହି  ପରିପ୍ରେକ୍ଷୀରେ ଚିତ୍ରକର ସଂଘ ପକ୍ଷରୁ ଏକ ସ୍ମରଣିକା ଚିତ୍ରକଳ୍ପ ଉନ୍ମୋଚନ କରାଯାଇଥିଲା। ଗଞ୍ଜାମ ଜିଲା ର ବିଭିନ୍ନ ଅଞ୍ଚଳରୁ  ଅମର ନାୟକ, ସୁଶୀଲ ନାୟକ, ଶିବ ପ୍ରସାଦ ସାହୁ, ବାଙ୍କ ବିହାରୀ ଦାସ, ପଦ୍ମନ ମଳିକ, ବାଉରୀ ସେଠି, ପ୍ରଭାତ କୁମାର ପାଢ଼ୀ, ସୁରେନ୍ଦ୍ର ମାର୍ଥା, ସୁଶାନ୍ତ ବେଜ, ଭିକାରି ବେହେରା, ଅରୁଣ ସାହୁ, ମିଟୁ ସାହୁ, ଗିରିଶ କବି, ଶିବ ସାହୁ ସିମାଞ୍ଚଳ ଦାସ, ପ୍ରମୁଖ ୪୦ ରୁ ଉର୍ଦ୍ଧ୍ୱ ଚିତ୍ରଶିଳ୍ପୀ ଏହି ସଭାରେ ଯୋଗଦେଇ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ