ସ୍କାଉଟ କାର୍ଯ୍ୟାଳୟରେ ବୃକ୍ଷ ରୋପଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଏର୍ଦଲା ସାହିଠାରେ ଥିବା ପଦ୍ମନାଭ ଗଜପତି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଜିଲା ସ୍କାଉଟ କାର୍ଯ୍ୟାଳୟ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟର ଚତୁପାଶ୍ୱର୍ରେ ସଫେଇ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୃକ୍ଷ ରୋପଣ କରି ପରିବେଶକୁ ସବୁଜ କରିବାପାଇଁ ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲା ସ୍କାଉଟ ପକ୍ଷରୁ ଏକ ବାରତ୍ତା ପହଞ୍ଚାଇବାପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ପାତ୍ର, ଶୁଭ୍ର ନାରାୟଣ ଦାସ, ତ୍ରିପତି ପ୍ରସାଦ ପଣ୍ଡା, ପ୍ରିୟଦର୍ଶୀ ମିଶ୍ର, ଜଜ୍ଞ ନାରାୟଣ ବେହେରା, ତପସ୍ପିନୀ ପଣ୍ଡା, ଧୀରେନ୍ଦ୍ର ସାମଲ, କୁନ୍ତି ବିଶ୍ୱାଳ, ରେଖାରାଣୀ ଦେଓ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବଦାରୁ, ଆମ୍ବ, ବଉଳ ଇତ୍ୟାଦି ବୃକ୍ଷର ଚାରା ରୋପଣ କରାଯାଇଥିଲା ।