ବାରବାଟି ଦିନିକିଆ ପାଇଁ ଖୁବ ଶୀଘ୍ର କାଉଣ୍ଟରରେ ମିଳିବ ଟିକେଟ
କଟକ , (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ଡିସେରରେ ୨୨ ତାରିଖରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରୀ ଶେଷ ହୋଇଥିବାବେଳେ ଆସନ୍ତା ୧୯ ଓ ୨୦ ତାରିଖ ଦୁଇଦିନ ଅଫ୍ଲାଇନରେ ସାଧାରଣ ଦର୍ଶକ ଟିକେଟ ପାଇପାରିବେ । ତେବେ ଦର୍ଶକଙ୍କ ସୁବିଧାକୁ ଆଖିଆଗରେ ରଖି ୧୨ଟି କାଉଣ୍ଟରରେ ମୋଟ ୧୦ହଜାର ପଚାଶଟି ଟିକେଟ ବିକ୍ରୟ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ନିଜର ପରିଚୟ ପତ୍ର ଦେଖାଇ ଟିକେଟ ନେବା ସହ ଜଣେ ବ୍ୟକ୍ତି ଦୁଇଟି ଟିକେଟ ନେଇପାରିବ ।