ଆଇଟିଡିଏ ଫୁଲବାଣୀ ତରଫରୁ ମିଶନ ଜୀବିକା ଯୋଜନାରେ ଅଣ୍ଡାଦିଆ କୁକୁଡ଼ା ପ୍ରଦାନ

ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ମା ସାରଳା ସ୍ୱୟଂ ସହାୟକ ଗୋଷ୍ଟି ନାରଣାଗାଁ, ତଳପଡା ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଟି ଓ ତରଗାବାଲି ଦେବାବାଲି ସ୍ୱୟଂସହାୟକ ଗୋଷ୍ଟିକୁ ଆଇଟିଡିଏ ଫୁଲବାଣୀ ତରଫରୁ ମିଶନ ଜୀବିକା ଯୋଜନାରେ ଅଣ୍ଡାଦିଆ କୁକୁଡ଼ା ଯୋଗାଇ ଦିଆଯାଇଛି ପ୍ରତ୍ୟକ ଦଳ କୁ ୪୦୦ସହଟି କୁକୁଡ଼ା. ଦାନା, କେଜ, ଔଷଧ ଓ ଅନ୍ୟାନ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଛି l କନ୍ଧମାଳ ଜିଲ୍ଲାପାଳ ଜିଲ୍ଲାର ଅଣ୍ଡା ଓ ମାଂସ ର ଆବଶ୍ୟକତା ପୂରଣ ପାଇଁ ଏହି ପଦକ୍ଷେପ ନେଇଛନ୍ତି. ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକଙ୍କ ନେତୃତ୍ୱରେ ଫିରିଙ୍ଗିଆ, ଫୁଲବାଣୀ, ଖଜୁରୀପଡା, ବ୍ଲକରେ ସ୍ୱଂଶହାୟକ ଗୋଷ୍ଟି ମନେ ସୁଚାରୁରୂପେ ଫାର୍ମ ପରିଚାଳନା କରୁଛନ୍ତି l ଆଜି ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର, ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଦିବାସୀ ମହିଳା ମାନଂକର ରୋଜଗାର ବଢିବା ଉପରେ ଗୁରୁତ ଦେଇଥିଲେ l ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ଉପସ୍ଥିତ ମହିଳା ମାନଂକର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ କିପରି ସ୍ୱାବଲମ୍ବୀ ହେବେ ତା ଉପରେ ମା ମାନଙ୍କୁ ବୁଝାଇ ଥିଲେ lଏହି କର୍ଯ୍ୟକ୍ରମରେ ମିଶନ ଶକ୍ତି ବ୍ଲକ ସଂଯୋଜକ ବାଦଲ କୁମାର ନାଏକ, ମ୍ ବିକେ ସୁପ୍ରିୟା ଥାର୍ଟି, ବୈଜୟନ୍ତୀ ସାହୁ, ପୂର୍ବତନ ସରପଞ୍ଚ କୁଞ୍ଜବନ କହଁର କର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଆଟିଡିଏ ର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ