“ପାଇକ ବିଦ୍ରୋହ”କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଉ : ପାଇକ ମହାସଂଘ
ଭୁବନେଶ୍ୱର,: ଓଡ଼ିଶାର ଐତିହାସିକ ମାଟି ଲାଲ୍ ରକ୍ତର ମାଟି । ଅନ୍ୟାୟ ବିରୋଧି ଇଂରୋଜ ବରୋଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାଟି ଖୋର୍ଦ୍ଧା ବରୁଣେଇ ପାଦଦେଶରେ ଭାରତର ମହାମହୀମ ରାଷ୍ଟ୍ରପତି ପାଇକ ସ୍ମାରକୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇକ ବୀରଙ୍କ ଇତିହାସରେ ଆଉ ଏକ ମାଇଲ୍ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥିପାଇଁ ମହାମହୀମ ରାଷ୍ଟ୍ରପତିଙ୍କୁ ନିଖିଳ ଓଡ଼ିଶା ପାଇକ ମହାସଂଘ ଶତ ଶତ ସାମରିକ ଅଭିନନ୍ଦନ ଜ୍ଞାପନ କରିଛି ବୋଲି ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପାଇକ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ମଧ୍ୟ ଭୂୟସୀ ପ୍ରଶଂସନୀୟ । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଓ କେନ୍ଦ୍ର ସରକାରଙ୍କର ବଜେଟରେ ଅର୍ଥ ବରାଦ ଏହା ପାଇକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ କହିଲେ ଅତ୍ୟୁକ୍ତିି ହେବ ନାହିଁ । ରାଜ୍ୟ ସରକାର ଅକୁଣ୍ଠ ଚିତ୍ତରେ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ପ୍ରଦାନ ଓ ଉଦ୍ୟମକୁ ମହାସଂଘ ସାଧୁବାଦ ଜଣାଉଛି । ଏହା ଭିତରେ ପାଇକ ପୁଅର ଅର୍ଥନୈତିକ ପ୍ରଗତିର ଆବଶ୍ୟକତା ରହିଛି । ଐତିହ୍ୟ ସ୍ଥାପନ ସହିତ ପାଇକ ପୁଅର ଅର୍ଥନୈତିକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ମହାସଂଘ ଦାବି କରିଛି । ପାଇକ କିଭଳି ଦାଦନ ଖଟିବାକୁ ଦେଶାନ୍ତର ନହୁଏ ସେଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ତଥା ପାଇକ ଆଖଡ଼ା ବଞ୍ଚାଇବାକୁ ହେଲେ ଏହାକୁ ତୁରନ୍ତ ରାଜ୍ୟ ସରକାର ସ୍କୁଲ୍ ଓ କଲେଜରେ ସାମିଲ୍ କରି ଏହାକୁ ସ୍କାଉଟ୍ ଗାଇଡ୍, ଏନ୍ସିସି ଭଳି ମାନ୍ୟତା ଦେବାର ଆବଶ୍ୟକତା ରହିଛି । ଓଡ଼ିଶାରେ ପାଇକ ଏକାଡ଼େମୀ ଗଠନ ଓ ପାଇକ ଆଖଡ଼ାକୁ ରାଜ୍ୟ ସରକାର ତୁରନ୍ତ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେଇ ଓ ଘୋଷଣା କଲେ ତେବେ ଯାଇ ପାଇକ ବିଦ୍ରୋହର ସାର୍ଥକତା ପ୍ରକାଶ ପାଇପାରିବ । ସେହିପରି କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦେବ ପାଇକମାନଙ୍କ ପ୍ରତି ଏକ ବିରାଟ ଉପହାର । ଠିକ୍ ସେହିପରି କେନ୍ଦ୍ର ସରକାର ‘ପାଇକ ବିଦ୍ରୋହ’କୁ ଦେଶର ପ୍ରଥମ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ବୋଲି ଅଭିିହିତ କରି ଏହା ଉପରେ ବିଜ୍ଞପ୍ତି ପ୍ରକାଶ କରି ଇତିହାସ ସଂଶୋଧନ କରିବାକୁ ପାଇ ମହାସଂଘ ଦାବି କରୁଛି । ପାଇ ସ୍ୱାର୍ଥରେ ଅଣପାଇକ ଓ ନିମକହାରାମ ଜାଗିରିଦାର ପାଇଥିବା ଅଣପାଇକମାନଙ୍କ କାର୍ଯ୍ୟକଳାପକୁ ମହାସଂଘ ତୀବ୍ର ବିରୋଧ କରୁଛି । ଆଜିର ଏହି ଅଭିନନ୍ଦନ ପର୍ବରେ ଖୋର୍ଦ୍ଧା ରାଷ୍ଟ୍ରପତିଙ୍କ ସମାରୋହରେ ଯୋଗ ଦେଇଥିବା ସମସ୍ତ ପାଇକବୀରମାନଙ୍କୁ ମହାସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଇକ ବିଶାରଦ କେଦାର ଦାସ, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ପାଇକଗୁରୁ ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ଉପଦେଷ୍ଟା ବିଭୂତି ସ୍ୱାଇଁ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ପ୍ରଫେସର ପାଇକ ଜିନ୍ ଗବେଷକ ଗାୟନ ସାମଲ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ ପ୍ରମୁଖ ଯୋଗଦାନ କରିଥିଲେ ।