ଦୋକାନ ରୁ ମୋବାଇଲ୍ ଚୋରି କଲେ ବନ୍ଧା ହେଲେ ଯୁବକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ତ ବସଷ୍ଟାଣ୍ଡ ରେ ଥିବା ନାରାୟଣ ପାତ୍ର ଙ୍କ କିରାଣୀ ଦୋକାନ ରୁ ମୋବାଇଲ ଚୋରି କରି ବନ୍ଧାହେଲେ ଯୁବକ l ଯୁବକ ଜଣଙ୍କ ହେଲେ ପାଟପୁର ଥାନା ପି. ଜଗନ୍ନାଥପୂର ଗ୍ରାମର ଜଗନ୍ନାଥ ବିଷୋୟୀ l ସୁଚନା ଯୋଗ୍ୟ ସୋମବାର କେ. ନାରାୟଣ ପାତ୍ର ନିଜ କିରାଣୀ( ରେଶନ) ଦୋକାନରେ ଲୋକଙ୍କୁ ଜିନିଷ ଦେଉଥିବା ବେଳେ ଜଗନ୍ନାଥ ଦୋକାନ କୁ ଆସି ନାରାୟଣ ଙ୍କ ମୋବାଇଲ କୁ ନେଇ ଚାଲିଯାଇଥିଲା l ମୋବାଇଲ୍ ନେବା ସମୟରେ କିଛି ଲୋକ ଦେଖି ନାରାୟଣ କୁ ଜଣାଇବାରୁ ନାରାୟଣ ଜଗନ୍ନାଥ କୁ ଧରି ପାଟପୁର ଥାନାରେ ଜିମା ଦେଉଥିଲେ ଏବଂ ଏନେଇ ପାଟପୁର ଥାନାରେ ଏତଲା ଦେବା ପରେ ଏତଲା କୁ ଭିତ୍ତି କରି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ୨୧୫/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଗନ୍ନାଥ ବିଷୋୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ