ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ସବୁଥିରେ ସ୍ୱତନ୍ତ୍ର।ତାଙ୍କର କାର୍ଯ୍ୟଧାରା,ତ୍ୟାଗ,ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡ଼ା ହୋଇ ନିଜର ଶ୍ରେଷ୍ଠତ୍ବ ସେ ପ୍ରତିପାଦନ କରିପାରିଥିଲେ।ତାଙ୍କ ଭଳି ଜଣେ ମହାପୁରୁଷଙ୍କ ଜନ୍ମଦିନକୁ ଆମେ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛୁ। ଭୁବନେଶ୍ୱର ଓକିଲ ସଂଘ ତରଫରୁ ଜୟଦେବ ଭବନରେ ଆୟୋଜିତ ‘ସ୍ୱାଭିମାନ ଦିବସ’ ଓ ‘ଆଇନଜୀବୀ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ। ଏଥିସହ ଜଷ୍ଟିସ ଷଡଙ୍ଗୀ କହିଥିଲେ ମଧୁବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ।ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର ଶୀଳଭଦ୍ର ଶାସ୍ତ୍ରୀ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମହାତ୍ମାଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ ଗାଁ ସତ୍ୟଭାମାପୁର ଆସିଥିବା ପ୍ରସଙ୍ଗ ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କ ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ଆଇଏଫଏସ, ପୂର୍ବତନ ରାଷ୍ଟ୍ରଦୂତ ସଞ୍ଜୟ କୁମାର ପଣ୍ଡା ଓଡ଼ିଶାର ଗୌରବମୟ ଇତିହାସ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ବିଷୟରେ କହିବା ସହ ପିଲାଦିନର କଥା ମନେପକାଇ ପାଠ ପଢିବି,ଓକିଲ ହେବି,କଳା ଘୋଡାରେ ଚଢିବି,ମଧୁବାବୁ ସାଙ୍ଗେ ଲଢ଼ିବିର ଅସଲ ସାରମର୍ମ କହିଥିଲେ। ଏଥିରେ ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ ନିଜର ଅଭିଭାଷଣ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ଓକିଲ ସଂଘ ଉପସଭାପତି ଅଞ୍ଜନ କୁମାର ସାମନ୍ତରାୟ। ସହଯୋଗ କରିଥିଲେ ଓକିଲ ସଂଘର ଯୁଗ୍ମ ସଂପାଦକ ସୁକାନ୍ତ କୁମାର ସାହୁ, ସହାୟକ ସମ୍ପାଦକ ପୁଲିନ କୁମାର ମାର୍ଥା ଏବଂ ସମସ୍ତ କର୍ମକର୍ତ୍ତା ବୃନ୍ଦ l ଉତ୍ସବରେ ଓକିଲ ସଂଘ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରା ଯିବା ସହ ୮ ଜଣ ଆଇନଜୀବୀ ଯଥା ରାଜେନ୍ଦ୍ର କୁମାର ମହାନ୍ତି, ସିଦ୍ଧାର୍ଥ କୁମାର ଦାସ, ଅଜୟ ମହାନ୍ତି, ଶ୍ୟାମସୁନ୍ଦର କବି, ମୀନତି ପଟ୍ଟନାୟକ, ଦିଲ୍ଲିପ କୁମାର ମହାନ୍ତି, ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ମଧୁସୂଦନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସଂଗ୍ରାମ କେଶରୀ ପ୍ରଧାନଙ୍କୁ ଓକିଲାତିରେ ଜୀବନ ବ୍ୟାପି ସାଧନା ପୁରସ୍କାର ପ୍ରଦାନ ଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ