ବ୍ରହ୍ମପୁର ରେ ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର):ଆଜି ଆମ ଦେଶ ପାଇଁ ଐତିହାସିକ ଦିନ । ଦେଶବାସୀଙ୍କ ହୃଦୟକୁ ଛୁଇଁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କୀ ବାତ୍” କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳ ଅଧିନସ୍ତ ଶକ୍ତି କେନ୍ଦ୍ର ଏବଂ ବିଭିନ୍ନ ବୁଥ୍ ସ୍ତରରେ ଏହି ୧୦୦ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୧୪ ମସିହା ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଅତ୍ୟନ୍ତ ପ୍ରେରଣାଦାୟୀ ଏହି “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଏବେ ଦେଶର ସବୁଠୁ ଲୋକପ୍ରିୟ ମତବିନିମୟ କାର୍ଯ୍ୟକ୍ରମ ପାଲଟିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ରାଷ୍ଟ୍ର ନିର୍ମାଣରେ ସାଧାରଣ ନାଗରିକଙ୍କ ଅପାର ଯୋଗଦାନକୁ ଦେଶବାସୀଙ୍କ ସମ୍ମୁଖକୁ ଆଣିଛନ୍ତି । ଏହା ଏକ ଅଣରାଜୈନତିକ ମଞ୍ଚ ଯାହା ଆମ ରାଷ୍ଟ୍ରର ଅନ୍ତର୍ନିହିତ ଶକ୍ତି ଓ ଆମ ନାଗରିକମାନଙ୍କ ଅସାଧାରଣ ସାମର୍ଥ୍ୟକୁ ସାକାର କରିବା ଉପରେ ଧ୍ୟାନ ଦେଇଥାଏ । ଯୋଗାଯୋଗର ଏକ ଉପକରଣ ବ୍ୟବହାର କରି କିଭଳି ଦେଶକୁ ଏକଜୁଟ କରାଯାଇପାରିବ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ କାମ କରିବା ଲାଗି ସମସ୍ତଙ୍କୁ ଅନୁପ୍ରାଣିତ କରାଯାଇପାରିବ ତାହା “ମନ୍ କୀ ବାତ୍” ଦୁନିଆକୁ ଦେଖାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଦୃଢ଼ ଇଚ୍ଛାଶକ୍ତି ଥିବା ବ୍ୟକ୍ତିତ୍ଵ, ସମାଜ ସଂସ୍କାରକ,ମାର୍ଗଦର୍ଶକ, ପ୍ରେରଣାଦାୟୀ ବିଶ୍ୱନେତା,ପ୍ରଭାବଶାଳୀ ବକ୍ତା,ସହାନୁଭୂତିଶୀଳ ରାଷ୍ଟ୍ରନେତା ଏବଂ ଜଣେ ‘ପ୍ରଧାନ ସେବକ’ ଯିଏକି ଭାରତକୁ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପଥରେ ଆଗେଇ ନେବା ସହିତ “ବିଶ୍ଵ ଗୁରୁ” ଭାବେ ପୁନଃପ୍ରତିଷ୍ଠିତ କରିବା ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନ୍ କୀ ବାତ୍” ମାଧ୍ୟମରେ ଦେଶବାସୀଙ୍କ ସହିତ ମତବିନିମୟ କରିଥାନ୍ତି, ଏହାର ଯାଦୁକରୀ ପ୍ରଭାବ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଆଜି ଏହି ଐତିହାସିକ ୧୦୦ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟ ସମେତ ୧୧ ଟି ବିଦେଶୀ ଭାଷାରେ ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଜନସାଧାରଣ ଶୁଣିଛନ୍ତି । ଆଜି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆସ୍କା ରୋଡ଼ ମଣ୍ଡଳ,ପୁରୁଣା ବ୍ରହ୍ମପୁର ମଣ୍ଡଳ,ସାନ ବଜାର ମଣ୍ଡଳ,ଗାନ୍ଧୀ ନଗର ମଣ୍ଡଳ,ଗୋସାଇଁନୂଆଗାଁ ମଣ୍ଡଳ,କମାପଲ୍ଲୀ ମଣ୍ଡଳ,ଗେଟ୍ ବଜାର ମଣ୍ଡଳ ଅଧିନସ୍ତ ସମସ୍ତ ଶକ୍ତି କେନ୍ଦ୍ର ଏବଂ ବିଭିନ୍ନ ବୁଥ୍ ରେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, “ମନ୍ କୀ ବାତ୍” ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ରାମ କୁମାର ପାତ୍ର,ମନୋଜ ପଟ୍ଟନାୟକ,ସୁନିଲ କୁମାର ସାହୁ, ପ୍ରଦୀପ କୁମାର ସତପଥି,ବାଳକୃଷ୍ଣ ସାମନ୍ତରା,ସୁଶିଳା ମଲ୍ଲିକ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,କେ.ଟୁଙ୍ଗରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସରୋଜ ପାତ୍ର, କର୍ପୋରେଟର ଡ଼ି.କରୁଣାକର,ରଞ୍ଜିତା ବେହେରା,ସତ୍ୟ ନାରାୟଣ ବସନ୍ତିଆ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ଶ୍ରୀରାମ ଦୀନଦୟାଲ, ସରୋଜ କୁମାର ଦାସ,ମାଲି ସାହୁ,ଡ଼ି.ଅନିଲ ରାଓ,ରବି ନାରାୟଣ ସାବତ,ଶ୍ରୀଧର ମିଶ୍ର,ମହେଶ ତ୍ରିପାଠୀ,ପ୍ରଫୁଲ୍ଲ ସାହୁ,ବିଘ୍ନରାଜ ନାୟକ,ଭୁବନେଶ୍ବର ମିଶ୍ର,ସୌମେନ୍ଦ୍ର ଦାସ,ସାଗର ମୁଖୀ,ବାଙ୍କାନିଧି ସେଠୀ ପ୍ରମୁଖ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ