ସାହିତ୍ୟିକା ମନୀଷା ରାୟଙ୍କୁ ଜାତୀୟ ଜୟଦେବ ସମ୍ମାନ

କଟକ, (ଯୁଗାବ୍ଦ ନ୍ୟୁଜ):ଭକ୍ତ କବି ଜୟଦେବ ସାଂସ୍କୃତିକ ପରିଷଦ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ତଥା ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ବରେଣ୍ୟ ଅତିଥି ଭାବେ ଜଷ୍ଟିସ ଡକ୍ଟର ଦୁର୍ଗାପ୍ରସନ ଚୌଧୁରୀ,ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଯୋଗଦେବା ସହିତ ଜୟଦେବଙ୍କ କିର୍ତି ଓ କୃତି ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସାରସ୍ୱତ ସାଧନା ପାଇଁ ସାହ୍ୟିତିକା,ଲେଖିକା,ସମାଜସେବୀକା ଶ୍ରୀମତି ମନୀଷା ରାୟଙ୍କୁ ‘ଜାତୀୟ ଜୟଦେବ ସମ୍ମାନ ୨୦୨୩’ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତି ରାୟ ଜଣେ ଆଦର୍ଶ ଗୃହିଣୀ ହେବା ସହିତ ଲେଖିକା ଓ ସମାଜସେବୀକା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ