ଆଠଗଡ଼ ନିର୍ବାଚନ ମଣ୍ଡଳୀର ପାଞ୍ଚଟି ପଞ୍ଚାୟତରେ ତ୍ରିରଙ୍ଗା ଯାତ୍ରା

ଚୌଦ୍ୱାର,(ଦୀପକ କୁମାର ବେଉରା): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଠଗଡ଼ ନିର୍ବାଚନ ମଣ୍ଡଳୀର ପାଞ୍ଚଟି ପଞ୍ଚାୟତରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରବୀନ୍ଦ୍ର ରାଉତଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ତ୍ରିରଙ୍ଗା ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଅଭୟ କୁମାର ବାରିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ମମତା ସମାଡ଼,ପ୍ରତିଭାମୟୀ ମହାନ୍ତି,ଚିତ୍ତ ରଂଜନ ମଳିକ, ରଞ୍ଜନ ବସ୍ତିଆ, ମନୋଜ ରାଉତ, ବିଦ୍ୟାଧର ବାରିକ, ଜିତେନ ଜ୍ୟୋତି ରାଉତ, ସନ୍ତୋଷ ବେଉରା, ରମାକାନ୍ତ ଜରିକା, ସୁବାସ ପ୍ରଧାନ , ଦୁଃଶାସନ ପାଣ୍ଡଵ, ନରହରି ବେହେରା, ପ୍ରଶାନ୍ତ କୁମାର ବେହେରା,ଅମରେନ୍ଦ୍ର ରାଉତ, ପ୍ରମୁଖ ସହଯୋଗ କରିଥିଲେ । ଶୋଭଯାତ୍ରା ମଙ୍ଗରାଜପୁରର କୋଚିଲା ନୂଆଗାଁ ରୁ ଆରମ୍ଭ ହୋଇ ବଡ଼ସାମନ୍ତାରାପୁର, ଶଙ୍କରପୁର, ମହିଂସାଲଣ୍ଡା ହୋଇ ବ୍ରହ୍ମପୁର ପଂଚାୟତରେ ଶେଷ ହୋଇଥିଲା । ଏଥିରେ ପାଞ୍ଚଟି ପଞ୍ଚାୟତର ଶତାଧିକ ମହିଳା ପୁରୁଷ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ