କେନ୍ଦ୍ର ଆଇନ ସଚିବଙ୍କ ତୋଫାନି ଗସ୍ତ କୋଣାର୍କରେ ଖୋଲିବ ଆଉ ଏକ ନୂଆ ଫାଷ୍ଟ ଟ୍ରାକ କୋର୍ଟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କେନ୍ଦ୍ର ଆଇନ ସଚିବ ଏସ କେ ଜି ରାହାତେ ଆଜି ମଧ୍ୟାହ୍ନରେ ଅଚାନକ କୋଣାର୍କ ଗସ୍ତ କରିବା ସହିତ ସର୍ବ ପ୍ରଥମେ ନୂତନ କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସ ର ନିର୍ମାଣସ୍ଥଳୀ ବୁଲି ଦେଖିବା ସହିତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚ ସ୍ଥରୀୟ ସମୀକ୍ଷା କରିଥିଲେ।ଏହି କାର୍ଯ୍ୟକୁ ଆସନ୍ତା ଛଅ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ଏହି କୋର୍ଟ ତ୍ଵରିତ ନ୍ୟାୟ ଏବଂ ଜନସାଧାରଣଙ୍କୁ ଦ୍ୱାରଦେଶେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ କ୍ଷେତ୍ରରେ ରୋଜଗାର ଓ କର୍ମନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଥିଲେ। କୋଣାର୍କ ସିଭିଲ କୋର୍ଟ କ୍ୟାମ୍ପସ ମଧ୍ୟରେ ଖୁବ୍ ଶୀଘ୍ର ଏକ ନୂଆ ଫାଷ୍ଟ୍ ଟ୍ରାକ କୋର୍ଟ ଖୋଲାଯିବ ବୋଲି କୋଣାର୍କ ବାର୍ ଆସୋସିଏସନ୍ ପ୍ରତିନିଧି ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ତୁରନ୍ତ ଏଥିପାଇଁ ପ୍ରସ୍ତାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ପୁରୀଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ନିଖିଲ ମହାନ୍ତି, କୋଣାର୍କ ଜେଏମଏଫ୍ ସି ଭାନୁ ପ୍ରତାପ ମିଶ୍ର, କୋଣାର୍କ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ ଶ୍ରୀଜୟ ବରାଳ, ଯୁଗ୍ମ ସମ୍ପାଦକ ଗନ୍ଧର୍ବ ଦଳାଇ, ବିଜୟ ମହାନ୍ତି, ପ୍ରଦୀପ୍ତ ପାତ୍ର,ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଅଜିତ୍ କୁମାର ମହାପାତ୍ର, ଏସ ଡି ଓ ଶଶି ଭୂଷଣ ମହାନ୍ତି, ସହାୟକ ଯନ୍ତ୍ରୀ ଦିଲିପ ବିଶ୍ଵାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ