ମଙ୍ଗଳବାର ରାଜ୍ୟସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍

ନୂଆଦିଲ୍ଲୀ- ସୋମବାର ଲୋକସଭାରେ ଆଗତ ହୋଇଥିବା ନାଗରିକ ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ଆଗତ କରାଯିବ ବୋଲି ଜଣାପଡିଛି । ଗତକାଲି ସଂସଦରେ ଆଗତ କରାଯାଇଥିବା ଏହି ବିଲ୍ ସପକ୍ଷରେ ୩୧୧ ଟି ଭୋଟ୍ ମିିଳିଥିବା ବେଳେ ଏହାର ବିପକ୍ଷରେ ୮୦ ଖଣ୍ଡ ଭୋଟ୍ ମିଳିଛି । ମଙ୍ଗଳବାର ଏହି ବିଲ୍ ରାଜ୍ୟସଭାରେ ଆଗତ ହେଉଥିବାରୁ ବି.ଜେ.ପି ପକ୍ଷରୁ ରାଜ୍ୟସଭା ସାଂସଦଙ୍କ ପାଇଁ ହ୍ୱିପ ଜାରି କରିଛି । ୧୨୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରାଜ୍ୟସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ୨୩୯ ଥିବା ବେଳେ ଏହି ବିଲକୁ ପାସ କରିବା ପାଇଁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନ ଦରକାର ଅଛି । ସୂଚନାଅନୁସାରେ ବର୍ତ୍ତମାନ ବିଜେପି ପାଖରେ ୮୩ ଜଣ ସାଂସଦ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ