ଯବାନଙ୍କ ମଧ୍ୟରେ ଗୁଳିବିନିମୟ ୨ ମୃତ
ଝାଡଖଣ୍ଡ ରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ନିୟୋଜିତ ଥିବା ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋବାଫଳରେ ଜଣେ ସହକାରୀ କମାଣ୍ଡାଣ୍ଡ ଓ ଆଉ ଜଣେ ଏଏସ୍ଆଇଙ୍କର ଘଟଣା ସ୍ଥଳରେ ମୃତ୍ୟ ବରଣ ଥିବା ବେଳେ ଅନ୍ୟପଟେ ଦୁଇ ଯବାନ ଗୁରୁରତ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାଅନୁସାରେ ମୃତ୍ୟବରଣ କରିଥିବା ଦୁଇ ଯବାନ ହେଲେ ସାହୁଲ ହରସନ୍ ଓ ପି ଭୁପିଆ । ଏହି ଗୁଳିକାଣ୍ଡ ସିଆରପିଏଫ୍ ବୋକାରୋର ୨୨୬ତମ ବଟାଲିୟାନ୍ ରେ ଚାର୍ଲି କମ୍ପାନିରେ ସୋମବାର ରାତି ୯.୩୦ରେ ଘଟିଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ପରେ ରାଞ୍ଚି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସିଆରପିଏଫ୍ ର ବରିଷ୍ଠ ଅଧିକାରୀ ଓ ରାଜ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଗୁଳିକାଣ୍ଡ ପଛର କାରଣ ଜଣାପଡିନଥିବାବେଳେ ତଦନ୍ତ ପାଇଁ ଆଦେଶ ଦିଆଯାଇଥିବା କହିଛନ୍ତି ବରିଷ୍ଠ ଅଧିକାରୀ ।