ଓଡ଼ିଶା ଯଶୋଦା ସଂଘର ଦୁଃଖ କେବେ ବୁଝିବେ ସରକାର

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ୍‍): ଓଡ଼ିଶାର ୧୫ଟି ଜିଲ୍ଲାର ସଦର ମହକୁମା ଡ଼ାକ୍ତରଖାନାରେ ୨୦୦୮ ମସିହାରେ ନିଯୁକ୍ତି ଦିଆଯାଇଥିବା ୧୫୬ଜଣ ଯଶୋଦା କର୍ମୀ ଦୀର୍ଘ ୧୦ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରି ·ଲିଥିବା ଯୋଗୁ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ନିୟନ୍ତ୍ରଣରେ ଆସିଥିବା କଥା ସରକାର ଓ ପ୍ରଶାସନ ବିଭିନ୍ନ ସଭାସମିତିରେ ପ୍ର·ର କରି ବାହାବା ନେଉଥିବା ବେଳେ ଗତ ୨୦୧୫ ମସିହାରୁ ୧୧ଟି ଜିଲ୍ଲାର ଯଶୋଦା କର୍ମୀଙ୍କୁ ଅନୈତିକ ଓ ଅମାନୁଷିକ ଭାବେ ଛଟେଇ କରିଥିବା ବେଳେ ସରକାର ୪ଟି ଜିଲ୍ଲାର ଯଶୋଦା କର୍ମୀଙ୍କୁ ମାସକୁ ମାତ୍ର ୪ ହଜାର ଟଙ୍କା ଲେଖାଏଁ ସ୍ୱଳ୍ପ ବେତନ ଦେଇ ଓଡ଼ିଶାକୁ ଭୂଆଁ ବୁଲାଇବାରେ ଲାଗିଛନ୍ତି । ଆଜକୁ ୪ବର୍ଷ ହେବ ୧୧ଟି ଜିଲ୍ଲାର ୧୦୫ ଯଶୋଦା କର୍ମୀ ନିଜର ଦାରିଦ୍ର‌୍ୟତାକୁ ଘୋଡ଼ାଇବାକୁ ଯାଇ ରାଜ୍ୟ ସରକାର ଓ ସରକାରୀ ସମସ୍ତ ପଦାଧିକାରୀଙ୍କୁ ୪ବର୍ଷ ଧରି ଅନେକ କାକୁତିମିନତୀ ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ ଗତ ତା ୭.ତାରିଖରୁ ବିଧାନସଭା ସମ୍ମୁଖରେ ଅହୋରାତ୍ର ଗଣଧାରଣାରେ ବସିଛନ୍ତି । ଆଜକୁ ଗଣଧାରଣା ଅଷ୍ଟମ ଦିନରେ ପହଞ୍ôଚଥିଲେ ମଧ୍ୟ ସରକାର କିଛି ପଦକ୍ଷେପ ନନେବାରୁ ସଂଘ ଆସନ୍ତା କାଲି ଏକ ବିକଳ୍ପ ଏବଂ ପ୍ରତିକ୍ରିୟାଶୀଳ ସିଦ୍ଧାନ୍ତ ନେବାକୁ ବାଧ୍ୟ ହେବାକୁ ଯାଉଛି । ଯେଉଁ ସରକାର ଗାଁକୁ କାମ, ମାକୁ ସମ୍ମାନ ନାରା ଦେଇ ଦୀର୍ଘ ୧୯ ବର୍ଷ ଶାସନ କରି ·ଲିଛନ୍ତି, ସେ ସରକାର ଯଦି ମାତ୍ର ୧୫୬ଜଣ ମହିଳାଙ୍କୁ ସୁରକ୍ଷା ଓ ଜୀବନଧାରଣର ମାନ ନିଶ୍ଚିତ କରିପାରୁ ନାହାଁନ୍ତି, ତେବେ ଓଡ଼ିଶାର ପ୍ରାୟ ଅଢେଇକୋଟି ମହିଳାଙ୍କ ସୁରକ୍ଷା, ସମ୍ମାନ କିପରି ରକ୍ଷା କରିପାରିବେ ବୋଲି ସଂଗଠନ ସମ୍ପାଦିକା ମମତା ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଆଜକୁ ଦୀର୍ଘ ୮ ଦିନ ହେବ ଉକ୍ତ ଗଣଧାରଣାରେ ସଭାନେତ୍ରୀ ସୌଭାଗ୍ୟଲକ୍ଷ୍ମୀ ରାଉତ, ସମ୍ପାଦିକା ମମତା ବିଶ୍ୱାଳ, କୋଷାଧ୍ୟକ୍ଷା ନିରୁପମା ସିଂ, ସରସ୍ୱତୀ ବେହେରା, କନକ ମଞ୍ଜରୀ ଦାସ, ଅନୁପମା ପରିଡ଼ାଙ୍କ ସମେତ ୧୫ଟି ଜିଲ୍ଳାର ୧୫୬ ଯଶୋଦା କର୍ମୀ ସ୍ଥାୟୀ ନିଯୁକ୍ତି, ମାସିକ ୧୦ ହଜାର ଟଙ୍କା ଦରମା ଓ ସମସ୍ତଙ୍କୁ ଏ.ଏନ୍.ଏମ୍. ଟ୍ରେନିଂ ଦାବିରେ ଅହୋରାତ୍ର ଗଣଧାରଣାରେ ବସି ରହିଛନ୍ତି । ଯଦି ସରକାର ତୁରନ୍ତ ଆଜିକାଲି ଭିତରେ କିଛି ବିହିତ ପ୍ରତିକାର ନ କରନ୍ତି, ତେବେ ଯଦି କିଛି ଅଘଟଣ ଘଟେ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଭାନେତ୍ରୀ ଚେତାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ