ଦୁର୍ଗମ ଇଲାକାରେ ଚୋରା ଚାଲାଣ ହେଉଥିବା ୧୦୨କେଜି ଗଞ୍ଜେଇ ସହ ଅଟୋ ଜବତ ଆସାମୀ ଫେରାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଯୁବ ପଞ୍ଚାୟତର ନୁଣ୍ଡରୁଜର ଏକ ଦୁର୍ଗମ ରାସ୍ତା ଦେଇ ଏକ ଅଟୋରେ ଚୋରା ଚାଲାଣ ହେଉଥିବା ୧୦୨କେଜି ଗଞ୍ଜେଇ କୁ ପୋଲିସ ଜବତ କରିବା ସହ ଅଟୋ କୁ ମଧ୍ୟ ଜବତ କରିଛନ୍ତି।ପୋଲିସ ସେହି ରାସ୍ତାଦେଇ ଯାଉଥିବା ଦେଖି ଅଟୋ ଚାଳକ ପୋଲିସକୁ ଦେଖି ଅଟୋ ସହ ଗଞ୍ଜେଇ ଛାଡି ଫେରାର ହୋଇଛି।ଗଜପତି ଏସ.ପି. ସ୍ୱାତୀ ଏସ. କୁମାରଙ୍କ ନିର୍ଦ୍ଧେଶ ପ୍ରକାରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠି ମୋହନା ଥାନାର ଦାୟିତ୍ୱ ନେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ଗଞ୍ଜେଇ ସହ ଗାଡି ଏବଂ ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି।ଆଜି ଥାନା ଅଧିକାରୀ ନିଜେ ସେହି ରାସ୍ତାରେ ନିଜ କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଅଟୋ ସହ ଗଞ୍ଜେଇ ଜବତ କରିଛନ୍ତି।ଏହି ଘଟଣାର ଏସ. ଆଇ. ସଞ୍ଜୟ ପଣ୍ଡା ,ଏ.ଏସ. ଆଇ. ଏଲ.ଭି. ପାସୁପଲ୍ଲୀ ଙ୍କ ସମେତ କେତକ କର୍ମଚାରୀ ସହଯୋଗ କରିଥିଲେ।ଏହା ସହ ଏହି ଘଟଣାର ତଦନ୍ତ ଦାୟିତ୍ୱରେ ଅଛନ୍ତି ଏ. ଏସ. ଆଇ. କୃଷ୍ଣ ଚନ୍ଦ୍ର ମଲ୍ଲିକ।ମୋହନା ଥାନା କେସ ନମ୍ବର ୬୨/୨୩ପ୍ରକାରେ କେସ ରୁଜୁ ହୋଇଥିବା ଜଣାପଡିଛି।ଜବତ ହୋଇଥିବା ଅଟୋ ର ନମ୍ବର ହେଉଛି ଓଡ଼ି-୦୭-ଏକେ-୮୩୧୧।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ