ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି, ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଗୋପାଳପୁର ଠାରେ ଅନୁଷ୍ଠିତ ହେବ ବେଳାଭୂମି ମହୋତ୍ସବ । ଏଥି ନିମନ୍ତେ ମଙ୍ଗଳବାର ଏହାର ପ୍ରଥମ ପ୍ରସ୍ତୁତି ବୈଠକ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ସ୍ଥାନୀୟ କଳାକାରଙ୍କ ସମେତ ଲୋକ କଳା ଓ ଲୋକ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବା ସହ ଶାସ୍ତ୍ରୀୟ ଓ ଆଧୁନିକ ନୃତ୍ୟ ସଂଗୀତପରିବେଷଣ ପାଇଁ ବ୍ୟବସ୍ଥା କରାଯାଇଛି ବିଶେଷ କରି ଆନ୍ତର୍ଜାତୀୟ ସ୍ତରରେ ମହୋତ୍ସବ ମାଧ୍ୟମରେ ଗୋପାଳପୁର ବେଳାଭୂମିର ପ୍ରକୃତ ପରିଚୟ ସୃଷ୍ଟି ପାଇଁ ଦୀର୍ଘ ବର୍ଷ ହେଲା ଏପରି ପ୍ରୟାସ ହୋଇ ଆସୁଛି ବୋଲି ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେହିପରି ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା, ଖାଦ୍ୟ ମେଳା ଏବଂ ବିଭିନ୍ନ କ୍ରୀଡ଼ାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୋରାଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲାଇ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏହି ମହୋତ୍ସବ କୁ ସୈାଦର୍ଯ୍ୟ ଏବଂ ଐତିହାସିକ ମହୋତ୍ସବ କରାଯାଇପାରିବ ସେଥି ନିମନ୍ତେ ନିଜ ନିଜ ମତ ପ୍ରକାଶ କରିଥିଲେ । ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନୀୟନ୍ତ୍ରଣ ଉପରେ ବ୍ରହ୍ମପୁର ଏସପି ଶ୍ରୀ ମିଶ୍ର ବିସ୍ତୃତ ଆଲୋଚନା କରିଥିଲେ । ମହୋତ୍ସବର ଉଦଘାଟନୀ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବଲିଉଡ୍ ର ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ୍ ଯୋଗଦେଇ ଉଦଘାଟିତ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ଗୀତ ଗାଇ ମନ୍ତ୍ରମୁଗ୍ଧ କରିବେ । ୨୫ ତାରିଖରେ ବଲିଉଡ଼ର ହାସ୍ୟ କଳାକାର ତଥା କପିଲ ସୋର ଜଣାସୁଆ ହାସ୍ୟ ଅଭିନେତା ସଙ୍କିତ୍ ଭୋସଲେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଦଯାପନୀ ଦିବସରେ ପ୍ରଖ୍ୟାତ ବଲିଉଡ୍ ସିଙ୍ଗର ସାନ୍ ଯୋଗ ଦେବେ । ୫ ଦିନ ବ୍ୟାପୀ ଅନୁଷ୍ଠିତ ମହୋତ୍ସବକୁ ଓଲିଉଡ୍ ର ଯୋଡ଼ି କଳାକାରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯଥା ଅନୁଭବ- ବର୍ଷା, ସବ୍ୟସାଚୀ -ଅର୍ଚ୍ଚିତା, ଅଭିନେତ୍ରୀ ଏଲିନା, ହରିହର ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସମେତ ବ୍ରହ୍ମପୁର ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପ୍ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ କଳାକାରମାନେ ଯୋଗ ଦେଇ ମହୋତ୍ସବକୁ ରଙ୍ଗୀନ କରିବେ । ପ୍ରାରମ୍ଭରେ ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୧୯ ର ଏକ ଲୋଗୋ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡଃ. ଋମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ, ଏନ୍‌.ଧନଜଂୟ ରାଓ, ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ମହୋତ୍ସବ କମିଟି ସମସ୍ତ ସଦସ୍ୟ ସଦସ୍ୟା ଏବଂ ହୋଟେଲ ମାଲିକ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେଭେନ୍ ନୋଟିସ ଇଣ୍ଟରଣ୍ଟେମେଣ୍ଟ ପ୍ରାଇଭ୍ ଲିମିଟେଡ୍ ଏଣ୍ଡ ଓସିଆନ ବ୍ଲୁ ଏହି ମହୋତ୍ସବ ସମସ୍ତ କାର୍ଯ୍ୟକ୍ରମ କରିବା ନିମନ୍ତେ ଦାୟିତ୍ୱ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ