କଲାବବଣିଆ ପାହାଡକୁ ପଥର କୂଆଁରୀ ରୂପେ ବ୍ୟବହୃତ ନ କରିବା ପାଇଁ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ମୁଖ୍ୟ ବ୍ୟାରେଜ୍ ଏବଂ ଗୋକୁଳପୁର ବ୍ୟାରେଜ୍ ଠାରୁ ସ୍ୱଳ୍ପ ଦୂରରେ ଥିବା କଲାବବଣିଆ ପାହାଡକୁ ପଥର କୂଆଁରୀ ରୂପେ ବ୍ୟବହୃତ ନ କରିବା ପାଇଁ ଦାବି ହୋଇଛି । ଉପରୋକ୍ତ ବିଷୟକୁ ନେଇ ଗୋକୁଳପୁର ଓ ଖାରିଗୁଡା ଅଞ୍ଚଳବାସୀ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟାରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ଉପର ବର୍ଣ୍ଣିତ ପାହାଡଟି ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଗୋକୁଳପୁର ବ୍ୟାରେଜ୍ ଠାରୁ ମାତ୍ର ୧୦୦ ମିଟର ଏବଂ ଗୋକୁଳପୁର ଗ୍ରାମ ଠାରୁ ୧୨୦ ମିଟର ଦୂରରେ ରହିଥିବା ପାନୀୟ ଜଳ ପ୍ରକଳ୍ପର ଅତ୍ୟୁଚ ପାଣିଟାଙ୍କି ଠାରୁ ୫୦ ମିଟର ଦୂରରେ ଅବସ୍ଥିତ । ଆମ୍ଭେ ପ୍ରତ୍ୟକ୍ଷ ଭାବେ ଜାଣିବାକୁ ପାଇଛୁ ଯେ, ଖୁବ୍ ଶୀଘ୍ର ଉକ୍ତ ପାହାଡଟି ପଥର କୂଆଁରୀ ରୂପେ ବ୍ୟବହାର କରି ଲିଜ୍ ସୂତ୍ରରେ କେତକ ବ୍ୟକ୍ତିଙ୍କୁ ପ୍ରଦାନ କରିବା ପାଇଁ ସୁବିଧା ଚାଲିଛି । ଯଦି ତାହା ହୁଏ ତେବେ ଆମ ଗାଁ, ପାଣିଟାଙ୍କି, ବ୍ୟାରେଜ୍ ଡ୍ୟାମ୍ ଟି ପଥର ବ୍ଲାଷ୍ଟିଂ କମ୍ପନରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହିତ ଗୋକୁଳପୁର ଗ୍ରାମର ସବୁ ଘର ଭାଙ୍ଗି ନଷ୍ଟ ହୋଇଯିବ । ଆମ ଅଞ୍ଚଳରେ ବାସ କରୁଥିବା ଜାତି ପ୍ରଜାତିର ପଶୁ, ପକ୍ଷା ବେସାହାରା ଓ ବିଲୁପ୍ତ ହୋଇଯାଇ ଏକପ୍ରକାର ପରିବେଶ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହେବ । ଏଣୁ ଅଞ୍ଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ପ୍ରସ୍ତାବିତ ଥିବା ପଥର କୂଆଁରୀ ଲିଜ୍ ସୂତ୍ରକୁ ବନ୍ଦ କରିବା ପାଇଁ ଗୋକୁଳପୁର ଏବଂ ଖାରିଗୁଡା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ