ପରୀକ୍ଷା ରେ କଳାହାଣ୍ଡିର ଝିଅ କୃତ କାର୍ଯ୍ୟକ୍ରମ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଥାରେ ଅଛି କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ।ଠିକ ଏହି ଉକ୍ତି ଟି ପରି ଆଜି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ସଫଳତାର ଶୀର୍ଷରେ ପହଞ୍ଚିପାରିଛି।କଠିନ ପରିଶ୍ରମ ବଳରେ ଆଜି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ କଳାହାଣ୍ଡି ୟଜିଲ୍ଳା ପାଇଁ ଆଣି ଦେଇଛନ୍ତି ଗୌରବ।ଆଜି ପ୍ରକାଶ ପାଇଛି UPSC ଦ୍ୱାରା ପରିଚାଳିତ IAS ପରୀକ୍ଷା ଫଳ ପ୍ରକାଶ ପାଇଛି।ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣା ପଡାର ୨୩ ବର୍ଷୀୟ ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ରହିଥିବା ବେଳେ ଏବେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛା ର ସୁଅ । ଭବାନୀପାଟଣା ବାସିନ୍ଦା ଗୋକୁଲା ନନ୍ଦ ପ୍ରଧାନ ଓ ରଶ୍ମିତା ପ୍ରଧାନ ଉଭୟ ପେସାରେ ଶିକ୍ଷକ ଶିକ୍ଷୟତ୍ରୀ ହୋଇଥିବା ବେଳେ ପ୍ରଥମା ପ୍ରତୀକ୍ଷା ପ୍ରଧାନ ଭବାନୀପାଟଣା OUAT କଲେଜ ରେ ପାଠ ପଢ଼ୁଥିବା ବେଳେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ଘରେ ରହି ପ୍ରସ୍ତୁତି କରିଥିଲେ।ପ୍ରତ୍ୟେକ ଦିନ ୧୦ ରୁ ୧୨ ଘଣ୍ଟା ଏଥିପାଇଁ ସେ କାଠନି ପରିଶ୍ରମ କରୁଥିବା ବେଳେ ତାଙ୍କର ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାରିଛି। ଏହି ଖବର ପ୍ରକାଶ ପାଇବା ପରେ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟୁଛି।


